ରାଧାଙ୍କ ପାଦ ଦର୍ଶନ କଲେ ଶତାଧିକ ଭକ୍ତ
ଜଟଣୀ --ସ୍ଥାନୀୟ କନ୍ତିଆ ଗ୍ରାମର ରାଧାକୃଷ୍ଣ ମନ୍ଦିର ରେ ଅଁଳାନବମୀ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ପ୍ରତ୍ୟୁଷରୁ କନ୍ତିଆ ଗ୍ରାମର ତଥା ଆଖପାଖ ଗ୍ରାମର ଶତାଧିକ ଭକ୍ତ ରାଧା ମାଙ୍କ ପାଦ ଦର୍ଶନ କରିଥିଲେ । ଏହି ଉତ୍ସବ ଉପଲକ୍ଷେ ଶ୍ରୀ ଶ୍ରୀ ରାଧାକାନ୍ତ ଦେବ ସାଂସ୍କୃତିକ ପରିଷଦ ତରଫରୁ ସନ୍ଧ୍ୟାରେ ପ୍ରଖ୍ୟାତ ଓଡ଼ିଶାର ସୁନାମଧନ୍ୟ କଣ୍ଠଶିଳ୍ପୀ ଗୁରୁ ଶ୍ରୀ କେଶବ ରାଉତ, ଗୁରୁ ନିମାକାନ୍ତ ରାଉତ୍ତରାୟ, ଗୁରୁ ଶ୍ରୀ ସୁକାନ୍ତ କୁମାର କୁଣ୍ଡୁ, ଅନୁଜା ତାରିଣୀ ମିଶ୍ର, ସରସରିତା ରାଉତ, ବିଜୟଲକ୍ଷ୍ମୀ ରାଉତରାୟ ଓ ଭାଗ୍ୟଶ୍ରୀ ରାଉତଙ୍କ ଦ୍ୱାରା ଓଡିଶୀ, ଛାନ୍ଦ, ଚମ୍ପୁ, ଭଜନ ତଥା ପାରମ୍ପରିକ ସଂଗୀତର ପରିବେଷଣରେ ଏକ ଆନନ୍ଦର ବାତାବରଣ ଖେଳି ଯାଇଥିଲା । ଏହି ପରିପ୍ରେକ୍ଷୀରେ ଚଳିତ ବର୍ଷ ମେଟ୍ରିକ ପରୀକ୍ଷାରେ ସର୍ବାଧିକ ନମ୍ବର ରଖି ଉତ୍ତୀର୍ଣ୍ଣ ହୋଇଥିବା ଭାଗବତ ବାସୁଦେବ ବିଦ୍ୟାପୀଠର (କନ୍ତିଆ ) ଛାତ୍ର ରାକେଶ କୁମାର ସାହୁ, ଛାତ୍ରୀ ମଧୁସ୍ମିତା ବାରିକ ଏବଂ ଭକ୍ତିପ୍ରିୟା ନାୟକଙ୍କୁ ମାନପତ୍ର ସହ ସମ୍ୟକ ରାଶି ପ୍ରଦାନ କରି ଉତ୍ତରୀୟ ଦେଇ ସମ୍ବର୍ଦ୍ଧନା ଦିଆଯାଇଥିଲା । ବଳିଷ୍ଠ ବିଦ୍ୱାନ ଶ୍ରୀଯୁକ୍ତ ବିଶ୍ୱନାଥ ରଥଙ୍କୁ ସମ୍ବର୍ଦ୍ଧନା ସନନ୍ଦରେ ସମ୍ମାନିତ କରାଯାଇଥିଲା । ଏହି ଉତ୍ସବରେ ମୁଖ୍ୟ ଅତିଥୀ ରୂପେ ସ୍ଥାନୀୟ ବିଧାୟକ ସୁରେଶ କୁମାର ରାଉତ୍ତରାୟ, ପୂର୍ବତନ ବିଧାୟକ ବିଭୁତି ବଳବନ୍ତରାୟ, କ୍ୟାପଟେନ ମନ୍ମଥ ରାଉତରାୟ, ଶିକ୍ଷକ ତ୍ରିଲୋଚନ ମହାପାତ୍ର, ପୂର୍ବତନ କନ୍ତିଆ ଗ୍ରାମର ସରପଞ୍ଚ ନୀଳମଣି ସାହୁ ସମେତ ଅନୁଷ୍ଠାନର ସମସ୍ତ କର୍ମକର୍ତ୍ତା ଯୋଗ ଦେଇଥିଲେ ।
ଜଟଣୀରୁ ରଙ୍ଗନାଥ ବେହେରାଙ୍କ ରିପୋର୍ଟ,୩/୧୧/୨୦୨୨---୭,୨୫ Sakhigopal News,3/11/2022




