କଣାସ ରେ ବିଶ୍ୱ ମାନସିକ-ସ୍ୱାସ୍ଥ୍ୟ ଦିବସ ପାଳିତ
କଣାସ- - କଣାସ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଆନୁକୂଲ୍ୟରେ ବ୍ଲକ ସ୍ତରୀୟ ବିଶ୍ୱ ମାନସିକ-ସ୍ୱାସ୍ଥ୍ୟ ଦିବସ ବେଣାଗାଁ ସ୍ଥିତ ଦୁର୍ଗା ଦେବୀ ଉଚ୍ଚ ବିଦ୍ୟାଳୟ ପରିସରରେ ପାଳିତ ହୋଇଯାଇଛି। ଛାତ୍ରୀଛାତ୍ର ଓ ଜନସାଧାରଣଙ୍କ ମଧ୍ୟରେ ସଚେତନା ସୃଷ୍ଟି କରିବା ପାଇଁ ଆୟୋଜିତ ହୋଇଥିବା କାର୍ଯ୍ୟକ୍ରମ ରେ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଅଧୀକ୍ଷକ ଡାକ୍ତର ରମେଶ ଚନ୍ଦ୍ର ବେହେରା ଯୋଗ ଦେଇ ସମାଜ ଗଠନରେ ମାନସିକ ସୁସ୍ଥତା ଓ ସେ ସମ୍ପର୍କରେ ଉପୁଜୁଥିବା ପ୍ରତିବନ୍ଧକ ଉପରେ ବିଶେଷ ଆଲୋକପାତ କରିଥିଲେ। ବ୍ଲକ ଶିକ୍ଷାଧିକାରୀ ଶ୍ରୀ ମୀନକେତନ ସାମନ୍ତରାୟ ମୁଖ୍ୟ ଅତିଥିଭାବରେ ଯୋଗ ଦେଇ ଆଜି ସାରା ବିଶ୍ୱ କାହିଁକି ମାନସିକ ସୁସ୍ଥତାକୁ ପ୍ରାଥମିକତା ଦେଉଛି ସେ ସମ୍ପର୍କରେ ମତ ରଖିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଡାକ୍ତର ବିଶ୍ୱରଞ୍ଜନ ଜେନା, ବିପିଏମ ଧନେଶ୍ୱର ସ୍ଵାଇଁ, ସ୍ୱାସ୍ଥ୍ୟ ପରିଦର୍ଶକ କଳିଙ୍ଗ କୁମାର ଉପାଧ୍ୟାୟ, ବିତ୍ତ ପରିଚାଳକ ଶିବପ୍ରସାଦ ଦୀକ୍ଷିତ, ସ୍ୱାସ୍ଥ୍ୟ କର୍ମୀ ସ୍ୱାତୀ ସୁଚରିତା ରାଉତରାୟ ସଭାରେ ଉପସ୍ଥିତ ରହିଥିଲେ। ଦୁର୍ଗାଦେବୀ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀ ବିଜୟ କୁମାର ଜେନା ସଭା ପରିଚାଳନା କରିଥିବା ଶିକ୍ଷାନୁଷ୍ଠାନର ସମସ୍ତ ଶିକ୍ଷକ ଓ ଶିକ୍ଷୟତ୍ରୀ ଉକ୍ତ କାର୍ଯ୍ୟକ୍ରମକୁ ସଫଳ ରୂପାୟନ କରିଥିଲେ।
କଣାସ ରୁ ଧୀରେନ୍ଦ୍ର ସେନାପତି ଙ୍କ ରିପୋର୍ଟ,୧୧/୯/୨୦୨୨---୮,୫୦ Sakhigopal News,11/9/2022
କଣାସ ରୁ ଧୀରେନ୍ଦ୍ର ସେନାପତି ଙ୍କ ରିପୋର୍ଟ,୧୧/୯/୨୦୨୨---୮,୫୦ Sakhigopal News,11/9/2022




