ଗବକୁଣ୍ଡ ସବ ପୋଷ୍ଟଅଫିସ ପକ୍ଷରୁ ଡାକ ମେଳା
ସାକ୍ଷୀଗୋପାଳ ------ ସତ୍ୟବାଦୀ ବ୍ଳକ ଅନ୍ତର୍ଗତ ଗବକୁଣ୍ଡ ସବ ପୋଷ୍ଟ ଅଫିସ ପକ୍ଷରୁ ଏକ ଡାକ ମେଳା ସୋମବାର ଅନୁଷ୍ଠିତ ହୋଇଯାଇଛି । ସେବା ସମବାୟ ସଭା ମଣ୍ଡପରେ ଏହି ଡାକ ମେଳା ଅନୁଷ୍ଠିତ ହୋଇଥିଲା । ଅତିଥି ଭାବେ ସୁପରିଟେଣ୍ଡେଣ୍ଟ ରତନ ଜାନା, ଅତିରିକ୍ତ ସୁପରିଟେଣ୍ଡେଣ୍ଟ ଅଜୟ ସ୍ୱାଇଁ, ଆଇ ପି ପି ବି ମ୍ୟାନେଜର ଉମାକାନ୍ତ ଦାସ ଓ ଜିଲ୍ଲା ପରିଷଦ ସଭ୍ୟ ରତିକାନ୍ତ ମିଶ୍ର ପ୍ରମୁଖ ଯୋଗ ଦେଇ ଜଗନ୍ନାଥଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ , ଧୂପ ଦିପ ପ୍ରଜ୍ୱଳନ କରି କାର୍ଯ୍ୟକ୍ରମକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । ବିଶେଷ କରି ପୋଷ୍ଟ ଅଫିସ ମାଧ୍ୟରେ ସୁକନ୍ୟା, ଆଧାର କାର୍ଡ, ସ୍ଥାୟୀ ଜମା, ଆଇପିବି ପିପିଏମ. ଆରପିଏଲଆଇଆଦି ଯୋଜନା ସମ୍ପର୍କରେ ଅତିଥି ମାନେ ଆଲେଚନା କରିବା ସହ ଏହାର ଫାଇଦା ନେବା ପାଇଁ କହିଥିଲେ । ଏହି କାର୍ଯ୍ୟକ୍ରମରେ ବିଭିନ୍ନ ମହିଳା ଗୋଷ୍ଠୀ, ଅ୍ଗନୱାଡି କର୍ମୀ, ସ୍ଥାନୀୟ ସରପଞ୍ଚ ସତ୍ୟନାରାୟଣ ନାୟକ, ସମିତିସଭ୍ୟା ରମାମଣି ପାତ୍ରଙ୍କ ସହିତ ୱାର୍ଡ ସଭ୍ୟସଭ୍ୟା ଓ ଜନସାଧାରଣ ଏହି ଡାକମେଳାରେ ଉପସ୍ଥିତ ରହିଥିଲେ ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୧୦/୯/୨୦୨୨----୮,୪୦



