ବରକେରା ବିଦ୍ୟାଳୟରେ ଆନ୍ତର୍ଜାତୀୟ କନ୍ୟା ରତ୍ନ ଦିବସ ପାଳିତ
ଡେଲାଙ୍ଗ--- ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ୍ ଅନ୍ତର୍ଗତ ମୁନିନ୍ଦା ଗ୍ରାମ ପଞ୍ଚାୟତର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ବରକେରାରେ ଆନ୍ତର୍ଜାତୀୟ କନ୍ୟା ରତ୍ନ ଦିବସ ପାଳିତ ହୋଇଯାଇଛି। ଛାତ୍ରୀ ଛାତ୍ରମାନଙ୍କୁ ସପଥ ପାଠ କରାଯାଇଥିଲା।ପରେ ଏକ ସଚେତନତା ରାଲି ଗ୍ରାମ୍ୟ ପରିକ୍ରମା କରିଥିଲା। ଛାତ୍ରୀ ଛାତ୍ରମାନେ ଶିଶୁ ଭୃଣ ହତ୍ୟା ନକରିବା,ବାଲ୍ୟ ବିବାହ ବନ୍ଦ କରିବା, କନ୍ୟା ରତ୍ନ କର ଜତ୍ନ ଇତ୍ୟାଦି ସ୍ଳୋଗାନ ଦେଇ ଗ୍ରାମ୍ୟ ପରିକ୍ରମା କରି ସଚେତନତା ବାର୍ତ୍ତା ପ୍ରଚାର କରିଥିଲେ। ପ୍ରତ୍ୟେକ ପରିବାର ନିଜ ନିଜ କନ୍ୟା ସନ୍ତାନଙ୍କ ନାମରେ ନିଜ ବାଡ଼ିରେ ଗୋଟିଏ ଗୋଟିଏ ଗଛ ଲଗାଇବା ପାଇଁ ବରିଷ୍ଠ ଶିକ୍ଷକ ତଥା ପରିବେଶ କର୍ମି ମିଟୁ କିଶୋର ପ୍ରଧାନ ଆହ୍ଵାନ ଦେଇଥିଲେ।ଉକ୍ତ ସଚେତନତା ରାଲିରେ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ପ୍ରଦିପ କୁମାର ସେଠୀ, ବିରଞ୍ଚିନାରାୟଣ ବରାଳ, ସୁଧୀର କୁମାର ଜେନା, ପୁରୁଷୋତ୍ତମ ନାୟକ, ଶିକ୍ଷୟିତ୍ରୀ ମଞୁଲତା ପ୍ରଧାନ ବିଦ୍ୟାଳୟର ଛାତ୍ର ଛାତ୍ରୀ ଅଭିଭାବକ କମିଟିର ସଭ୍ୟ ସଭ୍ୟାମାନେ ଯୋଗଦେଇଥିଲେ। ଡେଲାଙ୍ଗ ରୁ ଧୀରେନ୍ଦ୍ର ସେନାପତି ଙ୍କ ରିପୋର୍ଟ,୧୧/୯/୨୦୨୨---୮,୪୦ Sakhigopal News,11/9/2022



