ads

Breaking News

ସତ୍ୟବାଦୀ ରେ ଅନ୍ତର୍ଜାତୀୟ ବାଳିକା ଶିଶୁ ଦିବସ ପାଳିତ

 
ସାକ୍ଷୀଗୋପାଳ-----;ସତ୍ୟବାଦୀ ବ୍ଲକ ସ୍ତରୀୟ ଅନ୍ତର୍ଜାତୀୟ ବାଳିକା ଶିଶୁ ଦିବସ -୨୦୨୨ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ ପାଳିତ ହୋଇଯାଇଛି।  ଏହି କାର୍ଯ୍ୟକ୍ରମ ରେ ବ୍ଲକ ର ବିଭିନ୍ନ ସରକାରୀ ପ୍ରାଥମିକ, ଉଚ୍ଚ ପ୍ରାଥମିକ ଓ ଉଚ୍ଚ ବିଦ୍ୟାଳୟ ର ପ୍ରାୟ ୫୦ରୁ ଅଧିକ ବାଳିକା ମାନେ ଅଂଶଗ୍ରହଣ କରିଥିଲେ । ଏମାନଙ୍କ ମଧ୍ୟରେ ପ୍ରବନ୍ଧ ଓ ରଙ୍ଗୋଲି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା।  କୃତୀ ବାଳିକା ମାନଙ୍କୁ ପୁରସ୍କୃତ କରାଯାଇଥିଲା। ଏହି କାର୍ଯ୍ୟକ୍ରମ ରେ ସତ୍ୟବାଦୀ ମଣ୍ଡଳ ଶିକ୍ଷା ଅଧିକାରୀ ଶ୍ରୀମତୀ ଭବମ ପ୍ରଧାନ, ବିଆରସିସି  ପ୍ରଭାସ ଚନ୍ଦ୍ର କରଣ, ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନଶିଷକ ଶ୍ରୀ ରତ୍ନାକର ଜେନା ଅତିଥିଭାବେ ଯୋଗ ଦେଇଥିଲେ। ଅତିଥି ମାନେ ବିଦ୍ୟାଳୟ ପରିସରରେ ଥିବା ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସ ଙ୍କ ପ୍ରତିମୂର୍ତ୍ତୀରେ ମାଲ୍ୟାର୍ପଣ କରିଥିଲେ। ସମସ୍ତ ସିଆରସିସି ମାନେ କାର୍ଯ୍ୟକ୍ରମ କୁ ପରିଚାଳନାରେ ସହଯୋଗ କରିଥିଲେ । ରାଜ୍ୟ ସରକାରଙ୍କ ପକ୍ଷରୁ ବାଳିକା ମାନଙ୍କ ମଧ୍ୟରେ ସାହସ, ଶିକ୍ଷା ଓ ସେମାନଙ୍କୁ ଆଗକୁ ନେବାକୁ ଏହି କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି ବୋଲି ମଣ୍ଡଳ ଶିକ୍ଷା ଅଧିକାରୀ କହିଥିଲେ ।
ସାକ୍ଷୀଗୋପାଳ ରୁ ଧୀରେନ୍ଦ୍ର ସେନାପତି ଙ୍କ ରିପୋର୍ଟ,୧୧/୯/୨୦୨୨----୯,୫୫ Sakhigopal News 11/9/2022

ads

Blog Archive