ads

Breaking News

ଡେଙ୍ଗ ବିଦ୍ୟାଳୟରେ ଅନ୍ତର୍ଜାତୀୟ କନ୍ୟା ସନ୍ତାନ ଦିବସ ପାଳିତ





 ବଲାଙ୍ଗିର-- ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଲକ ଅନ୍ତର୍ଗତ ଡେଙ୍ଗସ୍ଥିତ ସରକାରୀ ଉନ୍ନିତ ଉଚ୍ଚ ବିଦ୍ୟାଳୟରେ ଅନ୍ତର୍ଜାତୀୟ କନ୍ୟା ସନ୍ତାନ ଦିବସ ପାଳିତ ହୋଇଯାଇଛି । ପ୍ରଧାନଶିକ୍ଷକ ଚାଣ୍ଡାଳ ମିଶ୍ରଙ୍କ ସଭାପତିତ୍ୱରେ ଆୟୋଜିତ କାର୍ଯ୍ୟକ୍ରମକୁ ବିଦ୍ୟାଳୟର ବରିଷ୍ଠ ଶିକ୍ଷୟତ୍ରୀ ରେଣୁକା ସାହୁ ପରିଚାଳନା କରିଥିଲେ । ବିଜ୍ଞାନ ଶିକ୍ଷୟତ୍ରୀ ଗାୟତ୍ରୀ ବାରିକ ଚଳିତ ବର୍ଷ ଏହି ଦିବସର ବିଷୟ ‘ବର୍ତ୍ତମାନ ଆମ ସମୟ-ଆମ ଅଧିକାର ଆମ ଭବିଷ୍ୟତ’ ଉପରେ ଆଲୋକପାତ କରିଥିଲେ । ଶିକ୍ଷୟତ୍ରୀ ଦ୍ରୌପଦୀ ଭୋଇ, କାନ୍ତୀ ଭୋଇ, ଯଶୋବନ୍ତୀ ସୁନା ଓ ଅଙ୍ଗନବାଡି କର୍ମୀ ଲିନୁ ସାହୁ କିଶୋରୀ ସ୍ୱାସ୍ଥ୍ୟ, ଶିକ୍ଷା ଅଧିକାର, ବ୍ୟକ୍ତିଗତ ପରିଚ୍ଛନ୍ନତା, ବାଲ୍ୟ ବିବାହ ଓ ଅନ୍ୟାନ୍ୟ ଶିଶୁ ସୁରକ୍ଷା ସମ୍ପର୍କିତ ବିଷୟ ଉପରେ ଆଲୋଚନା କରିଥିଲେ । ଏହି ଅବସରରେ ବ୍ୟକ୍ତିଗତ ସ୍ୱାସ୍ଥ୍ୟ ପାଇଁ ମୋନିକା ଭୋଇ, ମୋନାଲିସା ଭୋଇ, ମୁନି ମଣ୍ଡଳକୁ ସମ୍ବର୍ଦ୍ଧିତ କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ଲିଙ୍ଗରାଜ ନନ୍ଦ, ଦୀପକସେନ ଧରୁଆ, ସମୀର ସେଠୀ, ସୁଦର୍ଶନ ଦାଶ, ସ୍କାଉଟ ମାଷ୍ଟର ହିମାଂଶୁ ଶେଖର ବିଶ୍ୱାଳ, ଜୁନିୟର ରେଡ଼କ୍ରସ କାଉନସେଲର ରାମ ନାରାୟଣ ଦାଶ ଓ ବିଦ୍ୟାଳୟର ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ । ଶେଷରେ ଶିକ୍ଷାର୍ଥୀ ରିଙ୍କି ବିଶି ଧନ୍ୟବାଦ ଅର୍ପଣ କରିଥିଲେ।

ବଲାଙ୍ଗୀର ରୁ ରଞ୍ଜନ କୁମାର ବାଗ ଙ୍କ ରିପୋର୍ଟ,୧୨/୯/୨୨---୬,୪୦ Sakhigopal News,12/9/2022

ads

Blog Archive