ads

Breaking News

ସାଇଁନ୍ତଳା ପୋଲିସକୁ ବଡ ସଫଳତା,ସାମ୍ବାଦିକ ସମ୍ମିଳନୀରେ ଏସଡିପିଓଙ୍କ ସୂଚନା,୪ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ,




ବଲାଙ୍ଗିର,ସଇଁନ୍ତଲା ଥାନା ଅନ୍ତର୍ଗତ ବଡ଼ମାଳ ଫାଣ୍ଡି ଅଧିନସ୍ଥ ଧରବଗଡ ଗାଁର ଲାଲୁ ଦାଣ୍ଡିଆଙ୍କ ପଞ୍ଚାୟତ ଛକ ଠାରେ ଏକ ସାଇକଲ ଦୋକାନ ରହିଥିଲା । ଗତ ୬ ତାରିଖ ବିଲମ୍ବିତ ରାତିରେ ଅନ୍ଧାର ଓ ନିଛାଟିଆ ଦେଖି କିଛି ଦୁର୍ବୃତ ଲକ୍ଷାଧିକ ଟଙ୍କାର ସାଇକେଲ ତଥା ସାଇକେଲ ସାମଗ୍ରୀ ଚୋରି କରିଥିଲେ । ଏନେଇ ବଡ଼ମାଳ ଫାଣ୍ଡିରେ ଦୋକାନୀ ଲାଲୁ ଦାଣ୍ଡିଆ ଲିଖିତ  ଅଭିଯୋଗ କରିଥିଲେ। ଅଭିଯୋଗ କୁ ଭିତ୍ତିକରି ଟିଟିଲାଗ଼ଡ଼ ଏସଡିପିଓ ଅଙ୍କିତା କୁମ୍ଭାର ଓ ସଇଁନ୍ତଲା ଥାନା ଅଧିକାରୀ ଅବନୀ ସାହୁ ଓ ବଡ଼ମାଳ ଫାଣ୍ଡି ଅଧିକାରୀ ହରେ କୃଷ୍ଣ ମାଝୀ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ। ପରେ ଅଭିଯୋଗ କୁ ଭିତ୍ତି କରି ବଲାଙ୍ଗିର ଏସପି ନୀତିନ କୁସଲକର ,ଟିଟିଲାଗଡ ଏସଡିପିଓ, ସଇଁତଳା ଥାନା ଅଧିକାରୀ, ବଡ଼ମାଳ ଫାଣ୍ଡି ଅଧିକାରୀ ଓ କିଛି ପୋଲିସ କୁ ନେଇ ଏକ ସ୍ଵନ୍ତ୍ରତ ଟିମ ଗଠନ କରିଥିଲେ। ଏବଂ ଘଟଣାରେ ସଂପୃକ୍ତ ଥିବା ଚାରି ଜଣ ବ୍ୟକ୍ତିକୁ ୨୪ ଘଣ୍ଟା ଭିତରେ ପୋଲିସ ଧରିବାରେ ସଫଲତା ହାସଲ କରିଛି । ଅଭିଯୁକ୍ତ ମାନେ ହେଲେ ସଇଁନ୍ତଲା ଥାନା ଅନ୍ତର୍ଗତ ଧରବଗଡ ଗାଁର ବାଞ୍ଚନିଧି ବଗର୍ତ୍ତି (୩୩), ମନବୋଧ ସେଲମା (୪୧), ଟିଟଲାଗଡ ସ୍ଵାଧୀନ ପଡାର ଉଗ୍ରେସନ କତାଙ୍କ ପୁଅ ସମାରୁ କତା(୩୦) ଓ ଟିଟିଲାଗଡ ଥାନା ଅଧୀନ୍ଥ ରେଙ୍ଗାଲବହାଲ (ରିଗଡୁଲ) ଗାଁର ପରମାନନ୍ଦ ପୋଡ (୨୬) କୁ ପୋଲିସ ଗିରଫ କରିଥିବା ନେଇ ସାମ୍ବାଦିକ ସମ୍ମିଳନୀରେ ଟିଟିଲାଗଡ଼ ଏସଡିପିଓ ଅଙ୍କିତା କୁମ୍ଭାର ସୁଚନା ଦେଇଛନ୍ତି। ସାମ୍ବାଦିକ ସମ୍ମିଳନୀରେ ସଇଁନ୍ତଲା ଥାନା ଅଧିକାରୀ ଅବନୀ ସାହୁ ସମେତ ସଇଁନ୍ତଲା ପୋଲିସ ଉପସ୍ଥିତ ଥିଲେ ସେ ମାନଙ୍କ ଠାରୁ ଏକ ବୋଲେରୋ ପିକପ ଭେନ(ଓଆର-୨୬-୫୪୯୪), ଏକ କଟର ମେସିନ, ଚାରୋଟି ସାଇକେଲ ଓ ଏକ ଲକ୍ଷ ଚାଳିଶ ହଜାର ଟଙ୍କାର ସାଇକେଲ ସାମଗ୍ରୀ ଜବତ କରିଥିଲେ। କେସ ନମ୍ବର ୨୭୮/୨୦୨୨ ରେ ଏକ ମାମଲା ରୁଜୁ କରି ଚାରି ଜଣ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି । ପରେ ସଇଁତଳା ଥାନା ଅଧିକାରୀ ଶ୍ରୀଯୁକ୍ତ ସାହୁ ସାଇକେଲ ଦୋକାନୀ ମାଲିକର ପୁଅ ଟୁନା ଦାଣ୍ଡିଆକୁ ଚୋରି ହୋଇଥିବା ସାମଗ୍ରୀ ସବୁକୁ ହସ୍ତାନ୍ତର କରିଥିଲେ।ପ୍ରକାଶ ଥାଉକି ଯେ ଥାନା ଅଧିକାରୀ ଶ୍ରୀଯୁକ୍ତ ସାହୁ ଯୋଗଦେବା ପରେ ଅଞ୍ଚଳ ରେ ଡ଼କାୟତ କମିବାରେ ଲାଗିଛି । ଅଞ୍ଚଳବାସୀ ସଇଁନ୍ତଲା ପୁଲିସ କୁ ପ୍ରଶଂସା ମଧ୍ୟ କରୁଛନ୍ତି।

ବଲାଙ୍ଗିର ରୁ ରଞ୍ଜନ କୁମାର ବାଗ ଙ୍କ ରିପୋର୍ଟ,୧୧/୯/୨୦୨୨---୯,୫୦ Sakhigopal News,11/9/2022

ads

Blog Archive