ads

Breaking News

ଭାପୁରରେ ଆନ୍ତର୍ଯ୍ୟାତିୟ ଶିଶୁ କନ୍ୟା ଦିବସ ପାଳିତ


ନୟାଗଡ,, ନୟାଗଡଜିଲା ଭାପୁର ବ୍ଲକ ବାଘୁଆପଲ୍ଲୀ ଗ୍ରାମ ପଞ୍ଚାୟତ ର ବଳଦିଆ ନୂଆଗାଁ ହାଇସ୍କୁଲ ଓ ରାକମା ଗ୍ରାମ ପଞ୍ଚାୟତ ର ଏସ ଡି ହାଇ ସ୍କୁଲରେ  "ଆନ୍ତର୍ଯ୍ୟାତୀୟ ଶିଶୁ କନ୍ୟା ଦିବସ" ପାଳିତ ହୋଇଯାଇଛି। ଅନୁଷ୍ଠିତ ସଭାରେ  ପୂର୍ବତନ ସରପଞ୍ଚ ନବକିଶୋର ସାହୁ ଓ ସମନ୍ବିତ ଶିଶୁ ବିକାଶ ପ୍ରକଳ୍ପ  ଅଧିକାରିଣୀ ରେଣୁବାଳା ନନ୍ଦଙ୍କ ସଭାପତିତ୍ୱ କରିଥିଲେ।
ମୁଖ୍ୟ ଅତିଥି ଭାବେ ସି ଡି ପି ଓ ରେଣୁବାଳା ନନ୍ଦ,ମୁଖ୍ୟ ବକ୍ତା ଭାବେ ପ୍ରଧାନ ଶିକ୍ଷକ ଗଦାଧର ପରିଡା, ମହିଳା କ୍ଷେତ୍ର ପରିଦ୍ରଶିକା ପ୍ରତିମା ସେଠି ଓ ଜ୍ୟୋତିର୍ମୟୀ ସାହୁ,ଶିକ୍ଷକ ହୃଷିକେଶ ବେହେରା,ଲଷ୍ମୀ ପ୍ରିୟା ସେଣ ,ଆକ୍ସନ ଏଡ଼ର ବ୍ଲକ କୋଡ଼ିନେଟର ସୁରେଶ ସ୍ବାଇଁ,ଭଲୁଣ୍ଟିଅର ଅସୀମା ବେଉରିଆ ଓ ଅଶାନ୍ତି ପରିଡା ଏବଂ ସଂଧ୍ୟାରାଣୀ ଶତପଥୀ ସମେତ ସମସ୍ତ ଅଙ୍ଗନବାଡି କର୍ମୀ ଯୋଗ ଦେଇଥିଲେ। ଉଭୟ ସ୍କୁଲର ଶିଶୁ କନ୍ୟା ମାନେ ଯୋଗ ଦେଇଥିଲା ବେଳେ ଶିଶୁ ସମ୍ପର୍କିତ ପ୍ରଶ୍ନୋତ୍ତର କାର୍ଯକ୍ରମ ଅନୁଷ୍ଠିତ ହୋଇଥିଲା। ଉଭୟ ସ୍କୁଲର ୨୦ ଜଣ କୃତି ଶିଶୁ କନ୍ୟା ବିଜେତାଙ୍କୁ ଉପସ୍ଥିତ ଅତିଥି ମାନେ ପ୍ରାଇଜ ବଣ୍ଟନ କରିଥିଲେ । ଉଭୟ କାର୍ଯ୍ୟକ୍ରମରେ ନିଜ ନିଜ ଗ୍ରାମ ଓ ଗ୍ରାମ ପଞ୍ଚାୟତକୁ ଏକ ଶିଶୁ ପ୍ରିୟ ଓ ବାଲ୍ୟବିବାହ ମୁକ୍ତ ଗ୍ରାମ ପଞ୍ଚାୟତ ରେ ପରିଣତ କରିବାକୁ କାର୍ଯ୍ୟ କରିବା ପାଇଁ ସମସ୍ତେ ସପଥ ପାଠ କରିଥିଲେ।
ନୟାଗଡରୁ ନିରଞ୍ଜନ ଦାସଙ୍କ ରିପୋର୍ଟ,୧୧/୯/୨୦୨୨----୯,୧୦ , Sakhigopal News,11/9/2022

ads

Blog Archive