ଓସିଏସ ପରୀକ୍ଷାରେ ସଫଳତା ପାଇଲେ ଅସିତ
ନୟାଗଡ଼---- ଓଡ଼ିଶା ସିଭିଲ ସର୍ଭିସ ପରୀକ୍ଷା ଫଳ ପ୍ରକାଶ ପାଇଛି। ଏଥିରେ ନୟାଗଡ ଜିଲ୍ଲାର ଖଣ୍ଡପଡା ବ୍ଳକ ଅଧିନ କଣ୍ଟିଲୋପାଣୁ ସାହୁ ପାଟଣା ଗ୍ରାମର ଅସିତ ରଞ୍ଜନ ସାହୁ ସଫଳତା ପାଇଛନ୍ତି ।ସେ ୧୨୭ ତମ ରାଙ୍କ ରଖି କୃତିତ୍ୱ ହାସଲ କରିଛନ୍ତି। ଶ୍ରୀସାହୁ କଟକ ଜିଲ୍ଲା ଶିଳ୍ପକେନ୍ଦ୍ରରେ ଶିଳ୍ପ ବିକାଶ ଅଧିକାରୀ ସୀତାରାମ ସାହୁ ଓ ନୟାଗଡ଼ ଜିଲ୍ଲା କଣ୍ଟାବଣିଆ ୟୁପି ସ୍କୁଲର ସହକାରୀ ଶିକ୍ଷୟିତ୍ରୀଙ୍କ ପୁଅ । ସୀତାରାମ କୁହନ୍ତି , ପୁଅର କୃତିତ୍ୱ ରେ ଆମେ ବହୁତ ଖୁସି ଅଛୁ। ଏ ସଂକ୍ରାନ୍ତରେ ଅସିତ କୁହନ୍ତି କଠିନ ପରିଶ୍ରମ ଓ ଏକାଗ୍ରତା ତାଙ୍କୁ ସଫଳତା ଦେଇଛି। ନୟାଗଡରୁ ନିରଞ୍ଜନ ଦାସଙ୍କ ରିପୋର୍ଟ,୧୧/୯/୨୦୨୨---୯,୪୦ Sakhigopal News,11/9/2022



