ads

Breaking News

ଓଏଏସ ପରୀକ୍ଷାରେ ପାସ କଲେ ସଇଁତଳାର ଚିନ୍ମୟ




 ବଲାଙ୍ଗିର----  ବଲାଙ୍ଗିର ଜିଲ୍ଲା ସଇଁତଳା ବ୍ଲକ ଲାଚୁଟ ଗ୍ରାମର ସରସ୍ଵତୀ ମହାନନ୍ଦଙ୍କ ପୁଅ ଓ ମନମୟ ମହାନନ୍ଦଙ୍କ ସାନ ଭାଇ ଚିନ୍ମୟ ମହାନନ୍ଦ ଓଏଏସ (ଓଡିଶା ପ୍ରଶାସନିକ ସେବା) ପରୀକ୍ଷାରେ ସଫଳତା ହାସଲ କରିଛନ୍ତି।ସେ ସର୍ବ ଓଡ଼ିଶା ସ୍ତରରେ ୨୪୦ ନମ୍ବର ରେଙ୍କ ହାସଲ କରି ସଇଁତଳା ତଥା ବଲାଙ୍ଗୀର ଜିଲ୍ଲାପାଇଁ ଗର୍ବ ଓ ଗୌରବ ଅର୍ଜନ କରିଛନ୍ତି। ଚିନ୍ମୟ ସଇଁତଳା ଶିଶୁମନ୍ଦିରରେ ଦଶମ ସାରିବା ପରେ ବଲାଙ୍ଗିର ରାଜେନ୍ଦ୍ର ବିଶ୍ଵ ବିଦ୍ୟାଳୟରେ ଯୁକ୍ତ ଦୁଇ ଅଧ୍ୟୟନ କରିଥିଲେ । ପରେ ଗଙ୍ଗାଧର ମେହେର ମହାବିଦ୍ୟାଳୟ ସମ୍ବଲପୁର ଠାରେ ଯୁକ୍ତ ତିନିର ଡିଗ୍ରୀ ହାସିଲ କରିବା ପରେ ରେଭେନ୍ସାରେ ସ୍ନାତକ ଡିଗ୍ରୀ ହାସିଲ କରି ଓଡ଼ିଶା ମାଏନୀଙ୍ଗ କର୍ପୋରେଶନ ଭୁବନେଶ୍ଵରରେ କାର୍ଯ୍ୟରତ ଥାଇ ଓଡ଼ିଶା ପ୍ରଶାସନିକ ସେବା ପାଇଁ ସେ ପ୍ରସ୍ତୁତ କରିଥିଲେ । ପରୀକ୍ଷାରେ ପାସ ହୋଇ ୨୪୦ ନମ୍ବର ରେଙ୍କରେ ପାଇଥିବାରୁ ବହୁତ୍ ଖୁସି ଅଛନ୍ତି। ତାଙ୍କର ଏହି ସଫଳତା ପାଇଁ ସେ ତାଙ୍କ ମାଆ ଓ ବଡଭାଇଙ୍କ ସମେତ ଗୁରୁଜନ ତଥା ସହକର୍ମୀଙ୍କୁ ଶ୍ରେୟ ଦେଇଛନ୍ତି। ଏହି ଖବର ଜଣାପଡିବା ପରେ ସଇଁତଳା ତଥା ଜିଲ୍ଲାର ବିଭିନ୍ନ ମହଲରୁ ଚିନ୍ମୟଙ୍କ ନିକଟକୁ ଶୁଭେଚ୍ଛାର ସୁଅ ଛୁଟିଛି।  

ବଲାଙ୍ଗିର ରୁ ରଞ୍ଜନ କୁମାର ବାଗ ଙ୍କ ରିପୋର୍ଟ,୧୦/୯/୨୦୨୨---୭,୧୦  
 Sakhigopal News,10/9/2022

ads

Blog Archive