ପୁଣି ହାତୀ-ମଣିଷ ଲଢେଇ.. ଚାଷୀ କୁ ଦଳି ମାରିଦେଲେ ହାତୀପଲ
ଭଞ୍ଜନଗର -- ଉତ୍ତର ଘୁମୁସର ବନଖଣ୍ଡ ତାରସିଂ ବନାଞ୍ଚଳ ଅଧିନରେ ଥିବା କ୍ଷେତମୁଣ୍ଡୁଳି ଗ୍ରାମରେ ବଣୁଆ ହାତୀଙ୍କ ଉପଦ୍ରବ ଦେଖିବାକୁ ମିଳିଛି । ଲୋକଙ୍କ ଦ୍ବାରା ହାତୀଙ୍କ କୈାଣସି ଅସୁବିଧା ହୋଇନାହିଁ । ବରଂ ହିଂସ୍ର ହାତୀପଲ ଆକ୍ରମଣ ରେ ଜଣେ ନୀରିହ ଚାଷୀର ଜୀବନ ଯାଇଛି । କ୍ଷେତମୁଣ୍ଡୁଳି ଗାଁ ର ପବିତ୍ର ପାତ୍ର( ୪୦) ଙ୍କୁ , ଚକଟି ମାରିଦେଇଛି ହାତୀ । ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳର ଲୋକେ ଭୟଭୀତ ହୋଇପଡିଛନ୍ତି । ସୁଚନା ଯୋଗ୍ୟ ଯେ କ୍ଷେତମୁଣ୍ଡୁଳି ଗାଁ ନିକଟ ଜଙ୍ଗଲରେ ହାତୀ ପଲ ରହିଥିବାର ପବିତ୍ର ଖବର ପାଇବା ପରେ ସେହି ଗ୍ରାମର କିଛି ଚାଷୀ , ଏକତ୍ରିତ ହୋଇ ଧାନକ୍ଷେତରୁ ହାତୀ ପଲକୁ ଘେଡାଇବା ପାଇଁ ଯାଇଥିଲେ । ସେହି ସମୟରେ ହାତୀପଲ ହଠାତ୍ ଜଙ୍ଗଲରୁ ବାହାରି ଲୋକଙ୍କୁ ଆକ୍ରମଣ କରିବାକୁ ଆସିଥିଲେ । ଅନ୍ୟମାନେ ଦୈ।ଡି ଆସିଥିବା ବେଳେ ପବିତ୍ର ତଳେ ପଡିଯାଇଥିଲେ । ହାତୀପଲ ମଧ୍ୟରୁ ଗୋଟିଏ ହାତୀ ପବିତ୍ରକୁ ଚକଟି ଦେବା ଫଳରେ ଗୁରୁତର ହେଇପଡିଥିଲେ ପବିତ୍ର। ଗୁରୁତର ଅବସ୍ଥାରେ ତାଙ୍କୁ ଉଧାର କରି ଭଞ୍ଜନଗର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ।ସେଠାରେ ପବିତ୍ରକୁ ଡାକ୍ତର ମୃତ୍ୟୁ ଘୋଷଣା କରିଥିଲେ ।ଏହି ଖବର ପାଇ ଭତ୍ତର ଘୁମୁସର ବନଖଣ୍ଡ ଅଧିକାରୀ ସୂଦର୍ଶନ ବେହେରା ଡାକ୍ତରଖାନାରେ ପହଞ୍ଚିଥିଲେ । ବନଖଣ୍ଡ ଅଧିକାରୀ ଶ୍ରୀ ବେହେରା କହିଛନ୍ତି ସରକାରଙ୍କ ଯାହା ନିୟମ ରହିଛି ସମସ୍ତ ସହାୟତା ଯୋଗାଇ ଦିଆଯିବା ।ତାରସିଂ ପୋଲିସ ଡାକ୍ତରଖାନାରେ ପହଞ୍ଚି ମୃତ ଦେହକୁ ଜବତ କରିବା ସହ ତଦନ୍ତକରି ବ୍ୟବଛେଦ କରାଯାଇଛି । ତାରାସିଂ ଥାନା ଅଧିକାରୀ ପ୍ରଦିପ୍ତ କୁମାର ଦାଶ କହିଛନ୍ତି । ବନଖଣ୍ଡ ଅଧିକାରୀ ଶ୍ରୀ ବେହେରା ଘଟଣାସ୍ଥଳକୁ ଯାଇ ତଦନ୍ତକରି ଫେରିଥିବା ଜଣାପଡିଛି । ଗତ ଦିନରେ ଉତ୍ତର ଘୁମୁସର ବନଖଣ୍ଡ ର ବିଭିନ୍ନ ସ୍ଥାନରେ ହାତୀ ଶିକାର ଏବଂ କୈାଣସି କାରଣରୁ ଏମାନଙ୍କ ମୃତ୍ୟୁ ହେଉଥିବା ଘଟଣା ଚର୍ଚ୍ଚା ରେ ରହିଆସିଛି । ଏବେ ପୁଣି ହାତୀ ଆକ୍ରମଣରେ ଜଣେ ଚାଷି ଙ୍କ ମୃତ୍ୟୁ ହେବା ଘଟଣା କୁ ନେଇ ହାତୀ ସୁରକ୍ଷା ଓ ସ୍ଥାନୀୟ ଲୋକଙ୍କ ସୁରକ୍ଷା ଉପରେ ବଡ଼ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଶନିବାର ଦିନ ଏହି ବନଖଣ୍ଡର ବନ୍ୟପ୍ରାଣୀ ସୁରକ୍ଷା ସପ୍ତାହ କାର୍ଯ୍ୟକ୍ରମ ସରିଛି । ହେଲେ ଏବେ ବୁଦ୍ଧିଜୀବୀ ମହଲରେ ପ୍ରଶ୍ନ ଉଠୁଛି ବନ୍ୟପ୍ରାଣୀ ସୁରକ୍ଷା ସପ୍ତାହ ଉତ୍ସବ ପରେପରେ ଏହାର ପ୍ରଭାବ ବନ୍ୟପ୍ରାଣୀ ଓ ଅଞ୍ଚଳ ବାସୀଙ୍କ ଉପରେ କଣ ପ୍ରଭାବିତ ହୋଇଛି । ଏବେ ବନ୍ୟପ୍ରାଣୀ ସୁରକ୍ଷିତ ହେବେତ..? ବନ୍ୟପ୍ରାଣୀ ଙ୍କ କୋପରୁ ସାଧାରଣ ଲୋକେ ମଧ୍ୟ ସୁରକ୍ଷିତ ରହିବେ ତ... ବୋଲି ଚର୍ଚ୍ଚା ହେଉଛି । ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୯/୯/୨୦୨୨---୧୦,୩୫ Sakhigopal News,9/9/2022



