ରେମଣ୍ଡା ଫୁଟବଲ ମହୋତ୍ସବ ଆଜାଦୀକପ ର ଦ୍ଵିତୀୟ ଲିଗ ମ୍ୟାଚ
ବରଗଡ଼--- ବରଗଡ ଜିଲ୍ଲା ଭେଡେନ ବ୍ଲକ ରେମଣ୍ଡା ସରକାରୀ ଉଚ୍ଚ ବିଦ୍ୟାଳୟ ଖେଳପଡିଆ ଠାରେ ଚାଲିଥିବା ରେମଣ୍ଡା ଫୁଟବଲ ମହୋତ୍ସବ ଆଜାଦୀକପ ର ଦ୍ଵିତୀୟ ଲିଗ ମ୍ୟାଚ ବୁଗବୁଗା ଦଳ ଓ ମର୍ହାପାଲି ମଧ୍ୟରେ ଅନୁଷ୍ଠିତ ହୋଇଥିଲା ।ଏଥିରେ ମର୍ହାପାଲି ଦଳ ୧/୦ ଗୋଲ ରେ ବିଜୟୀ ହୋଇଥିଲେ। ଆଜି ମୁଖ୍ୟଅତିଥି ଭାବେ ଯୋଗଦେଇଥିଲେ, TPWODL ବିଦ୍ୟୁତ ବିଭାଗର ଏନଫୋର୍ସମେଣ୍ଟ ଅଫିସର ଇଂଜିନିୟର ଆଲୋକ କୁମାର ଶତପଥୀ ଓ ସମ୍ମାନୀତ ଅତିଥି ଭାବେ ଡକ୍ଟର ମନୋରଞ୍ଜନ ମେହେର, ଭେଡେନ ଥାନା ର ଗୋବିନ୍ଦ ସାହୁ ଓ ପୂର୍ବତନ ଫୁଟବଲ ଖେଳାଳି କୁମର ମହାରଣା। ଆଜି ମ୍ୟାଚର ଶେଷ୍ଠ ଖେଳାଳି ଭାବେ ମର୍ହାପାଲି ଦଳ ର ବିପିନ ଙ୍କୁ ଅତିଥି ମାନଙ୍କ ଦ୍ଵାରା ସମ୍ମାନିତ କରାଯାଇଥିଲା । ରେଫରୀ ଭାବେ ଅଶ୍ଵିନି ମେହେର, ବଣ୍ଟି ପଧାନ ଓ ଅନୀଲ ମହାକୁର ଖେଳ ପରିଚାଳନା କରିଥିଲେ। ଏହି ମ୍ୟାଚ ସମୟରେ ବହୁ ପୂର୍ବତନ ଫୁଟବଲ ଖେଳାଳି ଉପସ୍ଥିତ ରହି ଉତ୍ସାହିତ କରିଥିଲେ। ବହୁ ସଂଖ୍ୟାରେ ଦର୍ଶକମାନେ କରତାଳି ସହିତ ଖେଳ କୁ ଉପଭୋଗ କରିଥିଲେ। ବରଗଡ଼ ରୁ ଭବାନୀ ଶଙ୍କର ପାଢୀ ଙ୍କ ରିପୋର୍ଟ,୧୦/୯/୨୦୨୨---୭,୨୦ Sakhigopal News,10/9/2022



