ads

Breaking News

ପୂର୍ତ୍ତ ବିଭାଗର ବିଚିତ୍ର ନିୟମ; ଖରାପ ରାସ୍ତା କାମ କଲେ , ଭଲ ରାସ୍ତା ଖରାପ ହେଲା



ସାକ୍ଷୀଗୋପାଳ,-----୩୧୬ନଂ ଜାତୀୟ ରାଜପଥର ସାକ୍ଷୀଗୋପାଳ ବସଷ୍ଟାଣ୍ଡ ଠାରୁ ସାକ୍ଷୀଗୋପାଳ ମନ୍ଦିର ନେଇ ଅଳଗୁମ ପର୍ଯ୍ୟନ୍ତ ପ୍ରାୟ ୮ କିଲୋମିଟର ରାସ୍ତା ସାକ୍ଷୀଗୋପାଳ ପୂର୍ତ୍ତ ବିଭାଗ ଅଧିନରେ ରହିଛି । ଦୁଇ ବର୍ଷତଳେ ସାକ୍ଷୀଗୋପାଳ ବସଷ୍ଟାଣ୍ଡ ଠାରୁ ଚନ୍ଦନପୋଖରୀ ପର୍ଯ୍ୟନ୍ତ ପ୍ରାୟ ଦେଢ଼କିଲୋମିଟର ରାସ୍ତା କାମ ନ ହୋଇ ଚନ୍ଦନପୋଖରୀ ଠାରୁ ଅଳଗୁମ ରାସ୍ତା କାମ ହେଲା ।ଏବେ ସାକ୍ଷୀଗୋପାଳ ବସଷ୍ଟାଣ୍ଡ ଠାରୁ ସାକ୍ଷୀଗୋପାଳ ବଡ ବଜାର ମଧ୍ୟରେ ପାଣି ଜମିବା ପରେ ରାସ୍ତାରେ ଖାଲ ଖମାରେ ପରିପୂର୍ଣ୍ଣ ହୋଇପଡିଛି । ଏପରିକି ରାସ୍ତାରେ ପ୍ରତ୍ୟେକ ଦିନ ଛୋଟ ବଡ ଦୁର୍ଘଟଣା ମାନ ଘଟି ଚାଲିଲା । ଏ ସର୍ମ୍ପକରେ ଖବର ପ୍ରକାଶିତ ହେବା ପରେ ପୂର୍ତ୍ତ ବିଭାଗ ପକ୍ଷରୁ ସାକ୍ଷୀଗୋପାଳ ନିୟନ୍ତ୍ରୀତ ବଜାର କମିଟି  କାର୍ଯ୍ୟାଳୟ ନିକଟରେ ରାସ୍ତା ଉପରେ ମେଣ୍ଟାଲ ଓ ଡଷ୍ଟ ଗୁଣ୍ଡ ମାଟି ମିଶାଇ ଖାଲ ଗୁଡିକରେ ପକା ଯିବା ସହ ପାଣି ଜମୁଥିବା ରାସ୍ତାକୁ ଉଚ୍ଚ କରି ଦିଆଗଲା । ମାତ୍ର ଲଘୁଚାପ ଜନିତ ବର୍ଷା ଯୋଗୁ ବର୍ଷା ପାଣି ଖାଲରେ ନ ଜମି କାମ ହୋଇଥିବା ରାସ୍ତାର ଆଗ ଓ ପଛରେ ପାଣି ଠିଆ ହୋଇ ରହିଛି । ନଡିଆ ମାର୍କେଟର ପ୍ରବେଶ ପଥରେ ଏବେ ପାଣି ଠିଆ ହୋଇ ରହୁଛି । ଯାହାକି ଏବେ ଭଲ ରାସ୍ତା ଗୁଡିକରେ ବର୍ଷା ପାଣି ଜମି ରହିବା ଫଳରେ ସେ ଗୁଡିକ ଖାଲହେବା ଆରମ୍ଭ ହୋଇଛି । ବିଭାଗ ପକ୍ଷରୁ ପାଣି ନିଷ୍କାସନର ବାଟ ନ କରି ରାସ୍ତାରେ ଯେଉଁଠି ପାଣି ଜମିଲା ସେ ସ୍ଥାନରେ ଉଚ୍ଚ କରିଦେଲେ ତା ପାଖ ରାସ୍ତାରେ ପୁଣି ପାଣି ଜମି ନଷ୍ଟ ହେଉଛି ବୋଲି ବ୍ୟବସାୟୀ ସଂଘ ପକ୍ଷରୁ ଅଭିଯୋଗ ଅଣାଯାଇଛି । ପୂର୍ତ୍ତି ବିଭାଗ ପ୍ରଥମେ ପାଣି ନିଷ୍କାସନ ପାଇଁ ବାଟ କରିବା ଦରକାର , ତାପରେ ରାସ୍ତା କାମ କରିବା ଦରକାର । ନଚେତ ପ୍ରତି ବର୍ଷ ରାସ୍ତା କାମ ହେଉଥିବ ବର୍ଷା ହେଲେ ରାସ୍ତାରେ ପାଣି ଜମି ରହିବା ସହ ଖାଲଖମା ହେବ । ଏବେ ଯେଉଁ ରାସ୍ତା କାମ କରାଯାଇଛି ସେ ରାସ୍ତାରେ ପୂର୍ବ ଖାଲ ଅପେକ୍ଷା ଅଧିକ ଖାଲ ସୃଷ୍ଟି ହୋଇଛି । ତୁରନ୍ତ ଏ ରାସ୍ତା ପ୍ରତି ଜିଲ୍ଳାପାଳ ନଜର ଦେବାକୁ ଜଣସାଧାରଣରେ ଦାବି ହେଉଛି । ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୧୦/୯/୨୦୨୨----୮,୪୦

ads

Blog Archive