ads

Breaking News

ବିଜେପି ଯୁବ ମୋର୍ଚ୍ଚା ପକ୍ଷରୁ ରକ୍ତଦାନ ଶିବିର

 

 ଭଞ୍ଜନଗର-- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମ ଦିବସକୁ ବିଜେପି ପକ୍ଷରୁ ସେବା ସପ୍ତାହ ଭାବେ ପାଳନ କରୁଛି। ଏହି ପରିପ୍ରେକ୍ଷୀରେ ଘୁମୁସର ଜିଲ୍ଲା ବିଜେପି ଯୁବ ମୋର୍ଚ୍ଚା ପକ୍ଷରୁ ଭଞ୍ଜନଗର ରକ୍ତ ଭଣ୍ଡାର ଠାରେ  ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଘୁମୁସର ଜିଲ୍ଲା ଯୁବ ମୋର୍ଚ୍ଚା ସଭାପତି ଦୀପକ କୁମାର ପ୍ରଧାନଙ୍କ ତତ୍ବାବଧାନରେ ରେ ବହୁ ସଂଖ୍ୟାରେ ଯୁବ ବର୍ଗ ଏଥିରେ ସାମିଲ ହୋଇଥିଲେ। ଘୁମୁସର ଜିଲ୍ଲା ଉପସଭାପତି ଅଯୋଧ୍ୟାନାଥ ମହାପାତ୍ର ଓ ସନ୍ତୋଷ ତିଆଡ଼ି ପ୍ରଥମେ ରକ୍ତଦାନ କରିଥିଲେ। ବରିଷ୍ଠ ନେତା ପ୍ରଦ୍ୟୁମ୍ନ ନାୟକ,ବିନାୟକ ତ୍ରିପାଠୀ, ନୀଳ ମାଧବ ପାତ୍ର,ରବୀନ୍ଦ୍ର କୁମାର ଗୌଡ଼,ଶିଵ ପ୍ରସାଦ ମହାପାତ୍ର ମାନସ ଜେନା,ସୁଭାଷ ଚନ୍ଦ୍ର ବରାଡ଼,କୁବେର ପ୍ରଧାନ,ଶିଵ ପ୍ରଧାନ,ଧୋବା ପରିଛା ପ୍ରମୁଖ ଉପସ୍ଥିତ ଥିଲେ। ଭଞ୍ଜନଗର ଏଚଡିଏଫସି ବ୍ୟାଙ୍କ ଓ ବହୁ ଯୁବ ବର୍ଗ ସହଯୋଗ କରିଥିଲେ। ଶିବିରରେ ୩୩ ୟୁନିଟ ରକ୍ତ ସଂଗୃହୀତ ହୋଇଥିଲା। ରକ୍ତ ଭଣ୍ଡାର କର୍ମଚାରୀ ରକ୍ତ ସଂଗ୍ରହ କରିଥିଲେ। ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୨୧/୯/୨୦୨୨-----୬,୪୫ Sakhigopal News,21/9/2022

ads

Blog Archive

Popular Posts