ads

Breaking News

ରାସନ୍ ସାମଗ୍ରୀ ଆଣିବା ହେଲା କାଳ ; ୨ଦିନ ପରେ ନଦୀରୁ ମିଳିଲା ଶବ



ନୟାଗଡ଼----   ରାସନ ସାମଗ୍ରୀ ଆଣିବା ପାଇଁ ନିଜ ପଞ୍ଚାୟତ କୁ ଯାଇଥିବା ଚୈତନ୍ୟ ଜାନୀ ବୃତ୍ତଙ୍ଗ ନଦୀରେ ଭାସି ଯାଇଥିଲେ ।  ଦୁଇ ଦିନ ପରେ ବୃତ୍ତଙ୍ଗ ନଦୀରୁ ମିଳିଛି ଚୈତନ୍ୟଙ୍କ ଶବ। ବୃତ୍ତଙ୍ଗ ନଦୀର ଚଂପାଡାଳି ଠାରେ ଏକ ବୁଦା ମୂଳେ ଚୈତନ୍ୟଙ୍କ ଶବ କୁ ଉଦ୍ଧାର କରାଯାଇଛି। ସୂଚନାଯୋଗ୍ୟ ଯେ ଚୈତନ୍ୟଙ୍କ ଘର ଦଶପଲ୍ଲା ବ୍ଲକ୍ ଘୁଗୁଡିପଡା ଗ୍ରାମପଞ୍ଚାୟତ ଲୋଧାପଙ୍ଗା ଗ୍ରାମରେ ।  ବୁଧବାର ଦିନ ସେ ନିଜ ପଞ୍ଚାୟତ ରୁ ରାସନ ସାମଗ୍ରୀ ଧରି ବୃତ୍ତଙ୍ଗ ନଦୀ ପାର ହେଉଥିବା ବେଳେ ନଦୀର ସ୍ରୋତରେ ଭାସିଯାଇଥିଲେ । ତାଙ୍କ ପରିବାର ଲୋକ ଚୈତନ୍ୟଙ୍କୁ ଖୋଜା ଖୋଜି କରିଥିଲେ ମଧ୍ୟ ପାଇନଥିଲେ। ମାତ୍ର ଶୁକ୍ରୁବାର ଦିନ ପୂର୍ବାହ୍ନ ସମୟରେ ଚୈତନ୍ୟଙ୍କ ଶବ କୁ ଠାବ କରଯାଇଥିଲା।  ଏହି ଘଟଣାରେ ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଚୈତନ୍ୟଙ୍କ ଶବ କୁ ବ୍ୟବଚ୍ଛେଦ କରି ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି। ନୟଗଡରୁ ନିରଞ୍ଜନ ଦାସଙ୍କ ରିପୋର୍ଟ,୧୬/୯/୨୦୨୨----୯,୪୫ Sakhigopal News,16/9/2022

ads

Blog Archive

Popular Posts