ads

Breaking News

ଗଜଲକ୍ଷ୍ମୀ ପୂଜା ପାଇଁ ଶୁଭ ଖୁଣ୍ଟି ସ୍ଥାପନ


ଭଞ୍ଜନଗର---- ସ୍ଥାନୀୟ ବଡ ଧୋବା ସାହି ଗଜଲକ୍ଷ୍ମୀ ପୂଜା କମିଟି ପକ୍ଷରୁ ସୋମବାର ଚଳିତ ବର୍ଷର ଗଜଲକ୍ଷ୍ମୀ ପୂଜା ପାଇଁ ଶୁଭ ଖୁଣ୍ଟି ସ୍ଥାପନ କରାଯାଇଛି। ଏଥିପାଇଁ ସୋମବାର ପୂର୍ବାହ୍ନରେ କମିଟି ସଦସ୍ୟମାନେ ପୁରୋହିତ ଙ୍କ ଉପସ୍ଥିତି ରେ ହୋମାଦି ଯଜ୍ଞ କର୍ମ ସଂପନ୍ନ କରିଥିଲେ। ପରେ ସାହିର ଶତାଧିକ ମହିଳା ଓ ପୁରୁଷ ତଥା ଶ୍ରଦ୍ଧାଳୁ ଭକ୍ତଜନଙ୍କ ଉପସ୍ଥିତି ରେ ହୁଳହୁଳି ଧ୍ବନିରେ ଶୁଭ ଖୁଣ୍ଟି ଟେକା ନୀତି ସଂପନ୍ନ କରାଯାଇଥିଲା। ଏଥିପାଇଁ ଆୟୋଜିତ କାର୍ଯ୍ୟକ୍ରମ ରେ ନଗରପାଳ ଗୋପବନ୍ଧୁ ମହାପାତ୍ର, ପୂର୍ବତନ ନଗରପାଳ ସୁଧୀର ରଞ୍ଜନ ବେହେରା, ଶରତ କୁମାର ମହାନ୍ତି, ଶିବରାମ ଜେନା, ଲିଙ୍ଗରାଜ ବେହେରାଙ୍କ ସମେତ ପୂଜା କମିଟିର ସମସ୍ତ ସଦସ୍ୟ ଉପସ୍ଥିତ ରହିଥିଲେ। ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୨୬/୯/୨୦୨୨---୯,୫୫   Sakhigopal News,26/9/2022

ads

Blog Archive

Popular Posts