ads

Breaking News

ସତ୍ୟବାଦୀ ଉଚ୍ଚ ବିଦ୍ୟାଳୟରେ ବ୍ଲକ ସ୍ତରୀୟ ବିଜ୍ଞାନ ସେମିନାର

 
ସାକ୍ଷୀଗୋପାଳ ---ସତ୍ୟବାଦୀ ଉଚ୍ଚ ବିଦ୍ୟାଳୟରେ ବ୍ଲକ ସ୍ତରୀୟ ବିଜ୍ଞାନ ସେମିନାର ଅନୁଷ୍ଠିତ ହୋଇ ଯାଇଛି ।ସମୁଦାୟ ବ୍ଲକ ସ୍ତରରୁ ବିଭିନ୍ନ ବିଦ୍ୟାଳୟରୁ ୩୯ ଜଣ ଛାତ୍ର ଛାତ୍ରୀଙ୍କ ସହ ସେମାନଙ୍କ ମାର୍ଗଦର୍ଶକ ଶିକ୍ଷକ ଶିକ୍ଷୟିତ୍ରୀ ଯୋଗଦେଇଥିଲେ।ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ କୁଇଜ୍‌,ବକ୍ତୃତା ସହ ଲିଖିତ ପରୀକ୍ଷା ଅନୁଷ୍ଠିତ ହୋଇଥିଲା। ଅଳସା ଗ୍ରାମର ସରକାରୀ ଅପ୍‌ଗ୍ରେଡ୍‌ ନୋଡାଲ ହାଇସ୍କୁଲର ଅଷ୍ଟମ ଶ୍ରେଣୀ ଛାତ୍ରୀ ସ୍ନେହାଞ୍ଜଳି ପ୍ରଧାନ ଜିଲ୍ଲା ସ୍ତରକୁ ମନୋନିତ ହୋଇଛନ୍ତି। ଅଧ୍ୟାପକ ଭାସ୍କର ମୁଦୁଲି ଏବଂ ଅଧ୍ୟାପିକା ରୂପାଲି ସାହୁ ବିଚାରକ ଭାବେ ଯୋଗ ଦେଇଥିଲେ।  ବରିଷ୍ଠ ଶିକ୍ଷକ ମାନସ ରଞ୍ଜନ ପଟ୍ଟନାୟକ ସ୍ବାଗତ ଭାଷଣ ଓ ଅତିଥି ପରିଚୟ ଦେଇଥିଲେ । ଗୋପୀନାଥ ଦେବ ବିଦ୍ୟାପୀଠର ପ୍ରଧାନ ଶିକ୍ଷକ ପ୍ରଶାନ୍ତ କୁମାର ତ୍ରିପାଠୀ ଓ ଶିକ୍ଷକ ତପନ କୁମାର ମିଶ୍ର ଉକ୍ତ ସେମିନାରକୁ ପରିଚାଳନା କରିଥିଲେ।ଶିକ୍ଷକ ବସନ୍ତ କୁମାର ସ୍ବାଇଁ, ଶାରୀରିକ ଶିକ୍ଷା ଶିକ୍ଷକ ସୁଚିତ୍ର ଖଟେଇ,ଶିକ୍ଷକ ମୃତ୍ୟୁଞ୍ଜୟ ରଥ, ଶିକ୍ଷକ ବିଶ୍ବନାଥ ସ୍ବାଇଁ କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ। ସାକ୍ଷୀଗୋପାଳ ରୁ ଧୀରେନ୍ଦ୍ର ସେନାପତି ଙ୍କ ରିପୋର୍ଟ,୨୬/୯/୨୦୨୨--- ୮,୪୦  Sakhigopal News,26/9/2022

ads

Blog Archive

Popular Posts