ads

Breaking News

ବ୍ଳକ ସ୍ତରୀୟ ଫୁଟବଲ ପ୍ରତିଯୋଗିତା ଅନୁଷ୍ଠିତ

 


ସାକ୍ଷୀଗୋପାଳ --------  ସତ୍ୟବାଦୀ ଉଚ୍ଚ ବିଦ୍ୟାଳୟ ପରିସରରେ ସତ୍ୟବାଦୀ ବ୍ଳକ ସ୍ତରୀୟ ଫୁଟବଲ ହାଇସ୍କୁଲ ସ୍ତରୀୟ ଅନୁଷ୍ଠିତ ହୋଇଯାଇଛି । ମଣ୍ଡଳ ଶିକ୍ଷା ଅଧିକାରୀ ଭବମ ପ୍ରଧାନ କ୍ରୀଡା ପତାକା ଉତ୍ତୋଳନ କରି କାର୍ଯ୍ୟକ୍ରମକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । ସତ୍ୟବାଦୀ ବ୍ଳକର ୧୬ ଗୋଟି ହାଇସ୍କୁଲର ୨୩୫ ଜଣ ଛାତ୍ର ଛାତ୍ରୀ ଅଂଶ ଗ୍ରହଣ କରିଥିଲେ ।ଏହି ଅବସରରେ ଅନୁଷ୍ଠିତ ଉଦଘାଟନି ସଭାରେ ସତ୍ୟବାଦୀ ହାଇସ୍କୁଲର ଶିକ୍ଷକ ମାନସ ରଞ୍ଜନ ପଟ୍ଟନାୟକ, ମଠସାହି ହାଇସ୍କୁଲର ଶିକ୍ଷକ ଶଙ୍କର୍ଷଣ ସୁବୁଦ୍ଧି, ସତ୍ୟବାଦୀ ହାଇସ୍କୁଲର ପରିଚାଳନା କମିଟି ର ସଭାପତି ସନାତନ ପ୍ରଧାନ, ବ୍ଳକ ସ୍ତରୀୟ କ୍ରୀଡା ସଂଘର ସମ୍ପାଦକ ଲକ୍ଷ୍ମୀପ୍ରସାଦ ମିଶ୍ର ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ । ଶାରୀରିକ ଶିକ୍ଷା ଶିକ୍ଷକ ଦାମଦର ମିଶ୍ର ଅତିଥି ପରିଚୟ ପ୍ରଦାନ କରିଥିଲେ । ସତ୍ୟବାଦୀ ହାଇସ୍କୁଲର ଶାରୀରିକ ଶିକ୍ଷା ଶିକ୍ଷକ ସୁଚିତ୍ର ଖଟୋଇ ସମସ୍ତ ଆୟୋଜନ କରିଥିଲେ ।  ବିଭିନ୍ନ ବିଦ୍ୟାଳୟରୁ ଆସିଥିବା ଶାଣୀରିକ ଶିକ୍ଷା ଶିକ୍ଷକ ଉମାଶଙ୍କର ମିଶ୍ର, ଦାବଦର ମିଶ୍ର, ଲିଙ୍ଗରାଜ ସାହୁ, ସନ୍ଦୀପ ତ୍ରିପାଠୀ, ଜୟଶ୍ରୀ ପଣ୍ଡା, ପୁଷ୍ପାଞ୍ଜଳି ଜେନା ଖେଳ ପରିଚାଳନା କରିଥିଲେ । ଶେଷରେ ଛାତ୍ର ୧୫ ଓ ଛାତ୍ରୀ ୧୫ ଜଣ ଜିଲ୍ଲା ସ୍ତରକୁ ମନୋନୀତ ହୋଇଛନ୍ତି ବୋଲି ଶିକ୍ଷା ଶିକ୍ଷକ ଶ୍ରୀ ଖଟୋଇଙ୍କ ଠାରୁ ପ୍ରକାଶ । ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୨୮/୯/୨୦୨୨---୮,୪୦ 

ads

Blog Archive

Popular Posts