ads

Breaking News

ବରପଦର ଉଚ୍ଚ ବିଦ୍ୟାଳୟ ଠାରେ ଶିକ୍ଷଣ ପରିପୂରଣ ପ୍ରଶିକ୍ଷଣ


 
ବରଗଡ଼---  ବରଗଡ ଜିଲ୍ଲା ବରପଦର ଉଚ୍ଚ ବିଦ୍ୟାଳୟ ଠାରେ ଶିକ୍ଷଣ ପରିପୂରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଯୋଗେଶ ଚନ୍ଦ୍ର ପ୍ରଧାନ ସରସ୍ୱତୀ ଓ  ଶ୍ରୀ ଗଣେଶ ଙ୍କ ଫଟୋ ଚିତ୍ରରେ ପୁଷ୍ପମାଲ୍ଯ ଅର୍ପଣ କରି କାର୍ଯ୍ୟକ୍ରମ କୁ ଉଦଘାଟନ କରିଥିଲେ।  ଗତ କରୋନା ମହାମାରୀ ଯୋଗୁଁ ୨୦୨୦ ରୁ ଛାତ୍ରଛାତ୍ରୀ ମାନଙ୍କର ପାଠପଢ଼ା ରେ ବିଶେଷ ଭାବରେ ବ୍ୟାଘାତ ସୃଷ୍ଟି ହୋଇଛି। ଏହା ଭରଣା କରିବା ପାଇଁ ଓ ଗଣଶିକ୍ଷା ବିଭାଗ ଭୁବନେଶ୍ବର ପକ୍ଷରୁ ଶିକ୍ଷଣ ପରିପୂରଣ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି। ଏଥିରେ ଭେଡେନ ବ୍ଲକ କୋଅଡିନେଟର ସୁଦନ ଗୁରୁ ଓ ଆରପି  ପ୍ରତିଭା ରାୟ, ବୃନ୍ଦାବନ ଗଣ୍ଡ, ଶ୍ରୀମତୀ ରୁକ୍ମଣୀ ଭୋଇ ଯୋଗ ଦେଇଥିଲେ।ଏହି କାର୍ଯ୍ୟକ୍ରମ ଭେଡେନ ବ୍ଲକ ର ଆଉ ୩ଟି  ଉଚ୍ଚ ବିଦ୍ୟାଳୟ ମାନଙ୍କରେ ଆରମ୍ଭ ହୋଇଛି। ସରକାରୀ ରେମଣ୍ଡା ଉଚ୍ଚ ବିଦ୍ୟାଳୟ,ସରକାରୀ ସିଆଲଖଣ୍ଡଥା ଉଚ୍ଚ ବିଦ୍ୟାଳୟ ଓ ଜାମଡୋଲ ଉଚ୍ଚ ବିଦ୍ୟାଳୟ  ଠାରେ ଏହା ୨୯/୩୦ ତାରିଖ ଦୁଇଦିନ ଧରି ଅନୁଷ୍ଠିତ ହେବ। ଏଥିରେ ଭେଡେନ ବ୍ଲକ ର ସରକାରୀ ବିଦ୍ୟାଳୟ ର ସମସ୍ତ ଶିକ୍ଷକ ଓ ଶିକ୍ଷୟିତ୍ରୀମାନେ ଶିକ୍ଷଣ ପରିପୂରଣ କାର୍ଯ୍ୟକ୍ରମ ଯୋଗଦାନ କରିଛନ୍ତି। ବରଗଡ଼ ରୁ ଭବାନୀ ଶଙ୍କର ପାଢୀ ଙ୍କ ରିପୋର୍ଟ,୨୮/୯/୨୦୨୨----୮,୪୫    Sakhigopal News ,28/9/2022

ads

Blog Archive

Popular Posts