ads

Breaking News

ପିଲାମାନଙ୍କ ଠାରୁ ଅଭିଯୋଗ ପାଇବା ପରେ କାର୍ଯ୍ୟନୁଷ୍ଠାନ ଗ୍ରହଣ କଲେ ବ୍ଳକ ଅଧ୍ୟକ୍ଷ

 

ସାକ୍ଷୀଗୋପାଳ---- ସତ୍ୟବାଦୀ ବ୍ଳକ ଅନ୍ତର୍ଗତ ଶୁକଳ ଗ୍ରାମ ପଞ୍ଚାୟତର ଗୁଆଳିପାରୀ ଗ୍ରାମରାସ୍ତା ଏବେ ମରଣଯନ୍ତା ସାଜିଛି ବୋଲି ଗ୍ରାମର ପ୍ରାୟ ଶହେରୁ ଅଧିକ ପିଲାମାନେ ଏକ ଦରଖାସ୍ତ ଲେଖି ସତ୍ୟବାଦୀ ବ୍ଳକ ଅଧ୍ୟକ୍ଷ ସୁନିଲ କୁମାର ପଣ୍ଡା ଓ ବିଡିଓଙ୍କୁ ରେଜେଷ୍ଟି ଡାକ ଯୋଗେ ଅଭିଯୋଗ ପତ୍ର ପଠାଇଥିଲେ ।  ଅଭିଯୋଗ  ପାଇବା ପରେ ଶୁକ୍ରବାର ବ୍ଳକ ଅଧ୍ୟକ୍ଷ ସୁନିଲ କୁମାର ପଣ୍ଡାଙ୍କ ତତ୍ୱବଧାନରେ  ବ୍ଳକ ସହକାରୀ ଯନ୍ତ୍ରୀ ବିଶ୍ୱମୋହନ ପଟ୍ଟନାୟକ, ଜିଲ୍ଲାପରିଷଦ ସଭ୍ୟ ନାରାୟଣ ରାଉତ, ଜେଇ ଅନୁରକ୍ତା ଦାଶ, ସମିତିସଭ୍ୟ ବସନ୍ତ ବିଶ୍ୱାଳ, ପୂର୍ବତନ ସମିତିସଭ୍ୟ ଜଳନ୍ଦର ସେଠୀ, ଓକିଲ ସେନାପତି ଏକ ଟିମ ଉକ୍ତ ଗ୍ରାମ ରାସ୍ତା ଅନୁଧ୍ୟାନ କରିଥିଲେ ।  ଗ୍ରାମକୁ ପାନୀୟ ଜଳ ଯୋଗାଣ ପାଇଁ ପାଇପି ପକା ଯାଇଥିଲା । ମାତ୍ର ଠିକାଦାର ବା ବିଭାଗୀୟ ପକ୍ଷରୁ ଖୋଳି ଦେଇଥିବା ରାସ୍ତା କାମ କରୁନାହାନ୍ତି । ଏହାକୁ ନେଇ ଗ୍ରାମରେ ଅଶାନ୍ତି ସୃଷ୍ଟି ହେବା ସହ ପିଲାମାନେ ପତ୍ର ଲେଖିଥଲେ । ଆର,ଡ୍ୟୁ, ଏସ, ଏସ ବିଭାଗ ଜେଇଙ୍କୁ ତୁରନ୍ତ ଯୁଦ୍ଧ କାଳୀନ ମଧ୍ୟରେ ରାସ୍ତା କାମ କରିବା ପାଇଁ ବ୍ଳକ ଅଧ୍ୟକ୍ଷ ଶ୍ରୀ ପଣ୍ଡା ନିର୍ଦ୍ଦେଶ ଦେଇଥିବା ଜଣାପଡିଛି । ଏହା ସହିତ ଅଭିଯୋଗ କରିଥିବା ଗୁଆଳିପାରି ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଛାତ୍ର ଛାତ୍ରୀ ମାନଙ୍କ ସହିତ ବ୍ଳକ ଅଧ୍ୟକ୍ଷ ଓ ଅନ୍ୟ ମାନେ ଆଲେଚନା କରିବା ସହ ମଧ୍ୟାହ୍ନ ଭୋଜନ ମାନ ଦେଖିଥଲେ । ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୧୬/୯/୨୦୨୨---୬,୨୫ 



  Sakhigopal News.16/9/2022

ads

Blog Archive

Popular Posts