ads

Breaking News

ପାଲାପ୍ରେମୀଙ୍କର ପ୍ରଥମ ଶ୍ରାର୍ଦ୍ଧ ବାର୍ଷିକରେ ପାଲା ପରିବେଷଣ



 ସାକ୍ଷୀଗୋପାଳ ------  ସତ୍ୟବାଦୀ ବ୍ଳକ ଅନ୍ତର୍ଗତ ଅଳଗୁମ ପଞ୍ଚାୟତର ବଉଳସାହିର ସ୍ୱର୍ଗତ ରମେଶ ଚନ୍ଦ୍ର ମଲିକ ଜଣେ ପାଲାପ୍ରେମୀ, ସଂସ୍କୃତିପ୍ରେମୀ  ଓ ପାଲା କଳାକାର ମାନଙ୍କୁ ସେ ଶେଷ ନିଶ୍ୱାସ ନେବା ପର୍ଯ୍ୟନ୍ତ ଭଲ ପାଇ ଆସୁଥିଲେ । ଆଜି ତାଙ୍କର ପ୍ରଥମ ଶ୍ରାର୍ଦ୍ଧ ବାଷିକ ଅବସରରେ ମା ଜାଗେଶ୍ୱରୀଙ୍କ  ମନ୍ଦିର ପ୍ରାଙ୍ଗଣରେ ଏକ ଶ୍ରଦ୍ଧାଞ୍ଜଳି ସଭା ସହିତ ପାଲାପରିବେଷଣ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଗାୟକ ଗୁରୁ ଲିଙ୍ଗରାଜ ପ୍ରଧାନ, ଅଶୋକ କୁମାର ଦଳେଇ, କବି,  କୃଷକ ନେତା ତଥା ସମାଜସେବୀ  ସଚ୍ଚିକାନ୍ତ ବରାଳ, ମଣ୍ଡଳ ସଭାପତି ବିଶ୍ୱନାଥ ବିଶ୍ୱାଳ, ବିଜୟ ପଟ୍ଟନାକୟ, ପ୍ରତାପ ପ୍ରଧାନ, ବାୟକ ବଳରାମ ଦାସ, ପୂର୍ଣ୍ଣଚନ୍ଦ୍ର ପଣ୍ଡା, ଭରତ ଜେନା, ସତ୍ୟବନାରାୟଣ ଆଚାର୍ଯ୍ୟ ପ୍ରମୁଖ ସୃ୍‌ମତି ଚାରଣ କରିଥିଲେ । ମଣ୍ଡଳ ସମ୍ପାଦକ ତଥା କଳାସଂସ୍କୃତି ସଂଘର ଉପସଭାପତି ରମେଶ ଚନ୍ଦ୍ର ପଲେଇ କାର୍ଯ୍ୟକ୍ରମକୁ ପରିଚାଳନା କରିବା ସହ ଧନ୍ୟବାଦ ଅର୍ପଣ କରିଥିଲେ । 


ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୩୦/୯/୨୦୨୨---୩,୪୫  

 Sakhigopal News , 30/9/2022

ads

Blog Archive

Popular Posts