ads

Breaking News

ଅବସରପ୍ରାପ୍ତ"ଶିକ୍ଷକଙ୍କ ଏକାଦଶାହରେ ସ୍ମୃତିଚାରଣ ସଭା ଅନୁଷ୍ଠିତ



ସାକ୍ଷୀଗୋପାଳ------- ସତ୍ୟବାଦୀ ବ୍ଳକ ଅନ୍ତର୍ଗତ ଅଳଗୁମ  ବାଟୁଳିପଡା ଗ୍ରାମର ଅବସର ପ୍ରାପ୍ତ ପ୍ରାଇମେରୀ ସ୍କୁଲର ପ୍ରଧାନ ଶିକ୍ଷକ ଗୋପବନ୍ଧୁ ପ୍ରଧାନଙ୍କ ଏକାଦଶାହରେ ଏକ ସ୍ମୃତି ଚାରଣ ସଭା ଅନୁଷ୍ଠିତ ହୋଇଯାଇଛି।  ଏହି ଅବସରରେ ଅଳଗୁମ ପୁଜ୍ୟପୂଜା ସ୍ମୃତି ପରିଷଦର ସଭାପତି କୁଳମଣି ବିଶ୍ବାଳ ସ୍ମୃତି ଚାରଣ ସଭାରେ ଅଧ୍ୟକ୍ଷତା କରିଥିଲେ।   ଅତିଥି ଭାବେ ସମାଜସେବୀ ଧିରେନ୍ଦ୍ର କୁମାର ଜେନା,  ପରିଷଦର ସଭ୍ୟ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ପାଣ୍ଡବ ମହାରଣା,  ବଳଭଦ୍ର ମହାପାତ୍ର,କବି ଯୁଗଳ ବେହେରା,କବି ରାଜକିଶୋର ସାହୁ,ବିଜୟ ବାବା ଯୋଗଦାନ କରି ସ୍ୱର୍ଗତ  ଶ୍ରୀ ପ୍ରଧାନ ଜଣେ କର୍ତ୍ତବ୍ୟନିଷ୍ଠ ଶିକ୍ଷକ ଭାବରେ ଅଞ୍ଚଳରେ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଥିବା ବେଳେ ତାଙ୍କର ପାଠପଢ଼ା ଶୈଳୀ ଅତ୍ୟନ୍ତ ଭିନ୍ନ ଥିଲା ଓ ଉତ୍ତମ ଛାତ୍ର ଗଢ଼ି ତୋଳିବାରେ ତାଙ୍କର ଭୂମିକା ଅତୁଳନୀୟ ଥିଲା ବୋଲି ଯୋଗଦେଇଥିବା ଅତିଥି ମାନେ ମତବ୍ୟକ୍ତ କରିଥିଲେ ।  ପ୍ରାକ୍ତନ ପ୍ରଧାନ ଶିକ୍ଷକ ଯୋଗେନ୍ଦ୍ର ନାୟକ ସମସ୍ତ ଅତିଥି ମାନଙ୍କୁ ଧନ୍ୟବାଦ୍ ଅର୍ପଣ କରିଥିଲେ।  ସାକ୍ଷୀଗୋପାଳ ରୁ ଧୀରେନ୍ଦ୍ର ସେନାପତି ଙ୍କ ରିପୋର୍ଟ,୧୬/୯/୨୦୨୨----୮,୪୦ Sakhigopal News,16/9/2022

ads

Blog Archive

Popular Posts