ads

Breaking News

ବର୍ଷା ପାଣିରେ ବାଇକ୍ ସହ ଭାସିଗଲେ ଗୋଟିଏ ପରିବାରର ୩ ସଦସ୍ୟ, ମାଆ ପୁଅ ଙ୍କ ପତ୍ତା ମିଳୁନି, ଉଦ୍ଧାର ପାଇଁ ଯୁବକର ଆର୍ତ୍ତ ଚିତ୍କାର

 
  
 ଭଞ୍ଜନଗର--- ଲଗାଣ ବର୍ଷା କାରଣରୁ ଏବେ ଅନେକ ସ୍ଥାନରେ ନଦୀ ନାଳ ଭାଙ୍ଗି ବର୍ଷା ଜଳ ରାସ୍ତାରେ ଲହଡି ଭାଙ୍ଗୁଛି। ଭଞ୍ଜନଗର ବ୍ଳକର ବ୍ରାହ୍ମଣ ପଦର ପଞ୍ଚାୟତ ଅନ୍ତର୍ଗତ ନାରୀଗୋଛା ଗ୍ରାମ ଦେଇ ଯାଇଥିବା ରାସ୍ତା ଉପରେ ଏବେ ୪ ଫୁଟ ଉଚ୍ଚର ବର୍ଷା ପାଣି ପ୍ରବାହିତ ହେଉଛି । ପେଙ୍ଗୁଝୋଳା ଗ୍ରାମର ରଞ୍ଜିତ ନାଇକ (୪୦) ନାମକ ଜଣେ ବ୍ୟକ୍ତି ତାର ସ୍ତ୍ରୀ ଓ ୯ ବର୍ଷର ପୁଅ ସହ ବାଇକ୍ ନେଇ ଜବରଦସ୍ତ ପାଣି ଭିତରେ ବାଇକ୍ ଧରି ରାସ୍ତା ପାର ହେବାକୁ ଚେଷ୍ଟା କରିଥିଲେ । ପାଣିର ପ୍ରଖର ସ୍ରୋତରେ ବାଇକ୍ ସହ ଭାସିଯାଇଥିବା ଜଣାପଡିଛି। ରିପୋର୍ଟ ଲେଖାଯିବା ସୁଦ୍ଧା ରଞ୍ଜିତ ଏକ ବାଉଁଶ ବୁଦାରେ ଲାଗି ଉଦ୍ଧାର ପାଇଁ ଚିତ୍କାର କରୁଥିବା ବେଳେ ତାଙ୍କର ପତ୍ନୀ ଓ ୯ ବର୍ଷର ପୁଅ କେଉଁଆଡେ ଭାସିଯାଇ ନିଖୋଜ ଥିବା ସୂଚନା ମିଳିଛି। ଏସଂପର୍କରେ ଖବର ପାଇଁ ତାରାସିଙ୍ଗି ଥାନା ଗାଲେରୀ ଫାଣ୍ଡି ଅଧିକାରୀ ଭାଗିରଥି ନାୟକ ଘଟଣାସ୍ଥଳରେ ପହଞ୍ଚି ଦମକଳ ବାହୀନି କୁ ସୂଚନା ଦେଇଛନ୍ତି। ସୂଚନା ପାଇ ଭଞ୍ଜନଗର ରୁ ଦମକଳ ବାହୀନି ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି। ପୂର୍ବରୁ କେବେ ଏଠାରେ ଏଭଳି ବର୍ଷା ଜଳ ରାସ୍ତାରେ ପ୍ରବାହିତ ହୋଇନଥିବା ବେଳେ ବୁଧବାର ପ୍ରଥମ ଥର ପାଇଁ ଏଭଳି ବର୍ଷା ଜଳ ରାସ୍ତାରେ ଲହଡି ଭାଙ୍ଗୁଥିବାର ଦେଖାଯାଇଥିଲା। ଲୋକେ ରାସ୍ତା ପାର ହେବାକୁ ଉଭୟ ପଟୁ ଅପେକ୍ଷା କରି ରହିଥିବା ଦେଖିବାକୁ ମିଳିଛି। ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୨୨/୯/୨୦୨୨-----୮,୪୫ Sakhigopal News,22/9/2022

ads

Blog Archive

Popular Posts