ads

Breaking News

ନିଆରା ଢଙ୍ଗରେ ଲରମ୍ଭା ରେ ପ୍ରଥମ କରି ପାଳିତ ହେଲା "ଆନ୍ ଚଲିକ" ନୂଆଁଖାଇ ଭେଟ୍ ଘାଟ୍



 ବରଗଡ଼--- ବରଗଡ଼ ଜିଲ୍ଲା ଅତାବିରା ବ୍ଲକ ଲରମ୍ଭା ମହା ବିଦ୍ୟାଳୟ ଖେଳ ପଡିଆ ପରିସରରେ ପ୍ରଥମ କରି ଲରମ୍ଭା ଅଞ୍ଚଳ କୁ ନେଇ ନିଆରା ଢଙ୍ଗରେ "ଆନ୍ ଚଳିକ' ନୁଁଆଖାଇ ଭେଟ୍ ଘାଟ୍ ପାଳିତ ହୋଇ ଯାଇଛି । ଭାରତ ସରାପଙ୍କ ସଭାପତି ତ୍ୱ ରେ ଅନୁଷ୍ଟିତ ଭେଟ୍ ଘାଟ୍  ଉତ୍ସବରେ ସ୍ଥାନୀୟ ବିଧାୟିକା ଶ୍ରୀମତୀ ସ୍ନେହାଙ୍ଗିନୀ ଛୁରିଆ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ମୁଖ୍ୟ ବକ୍ତା  ଭାବେ  ଅଶ୍ୱିନୀ କୁମାର ପଣ୍ଡା ଯୋଗ ଦେଇଥିଲେ । ଲରମ୍ଭା କଲେଜ୍ ଅଧ୍ୟକ୍ଷ ଡ଼. ପ୍ରମୋଦ କୁମାର ଭୋଇ,ହାସ୍ୟ କବି ଦେବେନ୍ଦ୍ର ସାହୁ, ସମ୍ପାଦକ ନିର୍ମଳ ଚନ୍ଦ୍ର ଭୋଇ, ସରପଞ୍ଚ ସାବିତ୍ରୀ ପଣ୍ଡା, ସମିତି ସଭ୍ୟା  ଶ୍ରୀମତୀ ସୁମିତ୍ରା ରଣା,ବିନୟ ନାୟକ ପ୍ରମୁଖ  ଅତିଥି ଭାବେ ଯୋଗଦେଇ ଥିଲେ।  ପ୍ରଥମେ ମା ସମଲେଶ୍ଵରୀ ଙ୍କ ଫଟୋ ଚିତ୍ରରେ  ଅତିଥି ମାନଙ୍କ ଦ୍ଵାରା ମାଲ୍ୟର୍ପଣ କରି ପୂଜାର୍ଚ୍ଚନା ପୂର୍ବକ ଭେଟ୍ ଘାଟ୍ ଉତ୍ସବ ଅନୁଷ୍ଠିତ ହୋଇଥିଲା । ଏଥିରେ ୯୦ ବର୍ଷରୁ ବୟୋଜ୍ୟେଷ୍ଟ ଗୁରୁଜନ ମାନଙ୍କୁ ଫୁଲ ଚନ୍ଦନ ସହ ଉପ ଢୌକନ ଦେଇ ସମ୍ମାନିତ କରା ଯାଇଥିଲା । ଉତ୍ସବରେ କୈଲାସ ସେଠ୍ ଓ କେଶବ ଛନ୍ଦ  ଙ୍କ ପରିଚାଳନା କ୍ରମେ ସାଂସ୍କୃତିକ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଅନୁଷ୍ଟିତ ହୋଇଥିଲା ।  ସାଂସ୍କୃତିକ କାର୍ଯ୍ୟକ୍ରମ ରେଭାଗ ନେଇଥିବ କୃତିତ୍ୱ ମାନଙ୍କୁ ପୁରସ୍କୃତ ସହ ପ୍ରଶଂସା ପତ୍ର ଅତିଥି ମାନଙ୍କ ଦ୍ଵାରା ପ୍ରଦାନ କରାଯାଇଥିଲା । ଶେଷରେ ପ୍ରଫେସର ପବିତ୍ର ମାହାଣା ଧନ୍ୟବାଦ୍ ଅର୍ପଣ କରିଥିଲେ ।
ବରଗଡ଼ ରୁ ଭବାନୀ ଶଙ୍କର ପାଢୀ ଙ୍କ ରିପୋର୍ଟ,୨୭/୯/୨୦୨୨----୯,୪୦  Sakhigopal News,27/9/2022

ads

Blog Archive

Popular Posts