ads

Breaking News

ପଣ୍ଡିତ ଦିନଦୟାଲ ଙ୍କ ଜୟନ୍ତୀ, ପ୍ରଧାନମନ୍ତ୍ରୀ ଙ୍କ ଜନ୍ମଦିନ ଉପଲକ୍ଷେ ସେବା ସପ୍ତାହ ପାଳନ


 ବରଗଡ଼---- ବରଗଡ଼ ଜିଲ୍ଲା ଅତାବିରା ନିର୍ବାଚନ ମଣ୍ଡଳୀର ରେମଣ୍ଡା କଲ୍ୟାଣ ମଣ୍ଡପ ପରିସରରେ ବିଜେପି ଜିଲ୍ଲା ସମ୍ପାଦକ  ଯଶୋବନ୍ତ ସେଠ୍ ଙ୍କ ନେତୃତ୍ୱ ରେ ଜିଲ୍ଲା ସାଧାରଣ ସମ୍ପାଦକ କୁଶ କୁମ୍ଭାର ଙ୍କ ତତ୍ତ୍ୱାଧାନ ରେ ଅନ୍ତୋଦୟ ର ପ୍ରଣେତା ତଥା ଭାରତୀୟ ଜନସଙ୍ଘ ଅନ୍ୟତମ ପ୍ରତିଷ୍ଠା ପଣ୍ଡିତ ଦିନଦୟାଲ ଙ୍କ ଜୟନ୍ତୀ, ପ୍ରଧାନମନ୍ତ୍ରୀ ଜୀ ଙ୍କ ମନ କି ବାତ ସଙ୍ଗେ ସଙ୍ଗେ ବିଶ୍ୱ ର ଜନପ୍ରିୟ ଭାରତ ବର୍ଷ ର ଯଶସ୍ବୀ ପ୍ରଧାନମନ୍ତ୍ରୀ ଙ୍କ ଜନ୍ମଦିନ ଉପଲକ୍ଷେ ସେବା ସପ୍ତାହ ପାଳିତ ହୋଇଯାଇଛି । ଏହି  ଅବସରରେ ଅତାବିରା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଭେଡେନ ବ୍ଲକ ରେମଣ୍ଡା ଠାରେ ସ୍ଵେଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା । ଶିବିର କୁ ବିଜେପି ଜିଲ୍ଲା ସଭାପତି ଅଶ୍ୱିନୀ ଷଡ଼ଙ୍ଗୀ ଉଦଘାଟନ କରିବା ସହ ପଣ୍ଡିତ ଦିନ ଦୟାଲ ଜୀଙ୍କ ଫଟୋ ରେ ପୁଷ୍ପ ମାଲ୍ୟ ଅର୍ପଣ କରିଥିଲେ । ଏହି ରକ୍ତଦାନ ଶିବିର ରେ ମୋଟ 34 ୟୁନିଟ ରକ୍ତସଂଗ୍ରହ ହୋଇ ଥିଲା । ଅନ୍ୟ ମାନଙ୍କ ମଧ୍ୟରେ ବିଜେପି ଜିଲ୍ଲା ଯୁବ ମୋର୍ଚ୍ଚା ସଭାପତି ଅମିତ ପଣ୍ଡା,  ଉର୍କୁଲୁ ତାଣ୍ଡି, ଭେଡେନ ସାଂସଦଙ୍କ ପ୍ରତିନିଧି ବିପିନ ଭୋସାଗର, ମଣ୍ଡଳ ସଭାପତି ଭୀମସେନ ମଲ୍ଲିକ, ଜୟଦେବ ପ୍ରଧାନ, ଧନେଶ୍ୱର ପାଢ଼ୀ, ଶଶୀ ଭୂଷଣ ପାଣିଗ୍ରାହୀ, ଆଲୁରୀ ସୁବାରାଜୁ, କ୍ଷୀରେଶ୍ବରୀ ସ୍ୱାଇଁ, ଜ୍ଞେନେଦ୍ର ଛନ୍ଦ, ବିକ୍ରମ ଭୋଇ ଙ୍କ ସମେତ ବହୁ କର୍ମୀ, ସମାଜ ସେବୀ ଯୋଗ ଦାନ କରିଥିଲେ । ଶେଷ ରେ ଜିଲ୍ଲା ପରିଷଦ ପ୍ରାର୍ଥୀ ଖିରେଶ ମହାକୁର  ଧନ୍ୟବାଦ ଦେଇଥିଲେ। ବରଗଡ଼ ରୁ ଭବାନୀ ଶଙ୍କର ପାଢୀ ଙ୍କ ରିପୋର୍ଟ,୨୬/୯/୨୦୨୨---୮,୪୦ Sakhigopal News,26/9/2022

ads

Blog Archive

Popular Posts