ads

Breaking News

ସୁଆଣ୍ଡୋ ପ୍ରାଥମିକ ବିଦ୍ୟାଳୟରେ ଆଜାଦ କା ଅମୃତ ମହୋତ୍ସବ ପାଳିତ

 


ସାକ୍ଷୀଗୋପାଳ------  ଦେଶ ସ୍ୱାଧୀନତାର ୭୫ବର୍ଷ ପୂର୍ତ୍ତି ଅବସରରେ ଦେଶରେ ଆଜାଦ କା ଅମୃତ ମହୋତ୍ସବ ପାଳନ କରାଯାଉଛି । ଏହି ଅବସରରେ ସତ୍ୟବାଦୀ ବ୍ଳକର ସୁଆଣ୍ଡୋ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶିଖର ବେହେରାଙ୍କ ସଭାପତିତ୍ୱରେ ଏକ ସଭାର ଆୟୋଜନ କରାଯାଇଥିଲା । ଅତିଥି ଭାବେ ପୁରୀ ଜିଲ୍ଲା ସର୍ବଶିକ୍ଷା ଅଭିଯାନ ହରିଜନ ଆଦିବାସୀ  ବିଭାଗର ସଂଯୋଜକ ବରଦା ପ୍ରସନ୍ନ ରାଉତ, ମଣ୍ଡଳ ସହଶିକ୍ଷା ଅଧିକାରୀ ପ୍ରଭାସ ଚନ୍ଦ୍ର କରଣ, ସ୍ଥାନୀୟ ସରପଞ୍ଚ ଦୁଃଶାସନ  ପ୍ରଧାନ, ସିଆରସିସି ଗୋପିନାଥ ମିଶ୍ର, ସାମ୍ବାଦିକ ଧୀରେନ୍ଦ୍ର ନାଥ ଦାସ  ପ୍ରମୁଖ ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟର୍ପଣ କରିଥିଲେ । ଅତିଥି ମାନେ ପଣ୍ଡିତ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ସଂଗ୍ରାମୀ ଜୀବନର ସ୍ମୃତି ଚାରଣ କରିଥିଲେ । ଏବଂ ତାଙ୍କ ନୀତି ଓ ଆଦର୍ଶକୁ  ସମୟ ଆସିଛି ପାର୍ଥେୟ କରି ପାରିଲେ ନିଶ୍ଚିତ ଭାବେ ଜଣେ ଜଣେ ସୁନାଗରିକ ବା ଭଲ ମଣିଷ ହୋଇ ପାରିବ ବୋଲି ମତ ପ୍ରକାଶ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଶିକ୍ଷକ ପ୍ରଭାକର ନାୟକ, ଶିକ୍ଷୟତ୍ରୀ ସ୍ନେହାଶ୍ରୀ ବେହେରା, ଅନୁପମା ଶତପଥି, ବିନୋଦିନୀ ଶତପଥି, ବିଦ୍ୟାଳୟର ପରିଚାଳନା କମିଟିର ସଦସ୍ୟ ସଦସ୍ୟା, ଓ ଛାତ୍ର ଛାତ୍ରୀ ମାନେ ଉପସ୍ଥିତ ରହିଥିଲେ । ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୨୮/୯/୨୦୨୨---୮,୪୦   Sakhigopal News , 28/9/2022

ads

Blog Archive

Popular Posts