ସ୍ୱଚ୍ଛ ଓଡ଼ିଶା ଓ ସୁସ୍ଥ ଓଡ଼ିଶା ଗଠନ ପାଇଁ ନରେନ୍ଦ୍ରପୁର ପଞ୍ଚାୟତରେ ସ୍ୱଚ୍ଛତା ହିଁ ସେବା କାର୍ଯ୍ୟକ୍ରମ
ସାକ୍ଷୀଗୋପାଳ-- ସେପ୍ଟେମ୍ବର ୧୫ ତାରିଖରୁ ୨ ଅକ୍ଟୋବର ମାସ ପର୍ଯ୍ୟନ୍ତ "ସ୍ୱଚ୍ଛତା ହିଁ ସେବା" ଅଭିଯାନ ପାଳନ କେନ୍ଦ୍ର ଓ ରାଜ୍ୟ ସରକାର ପାଳନ କରୁଛନ୍ତି । ଏହି ଅବସରରେ ସତ୍ୟବାଦୀ ବ୍ଳକ ଅଧୀନ ନରେନ୍ଦ୍ର ପୁର ପଞ୍ଚାୟତରେ ସ୍ୱଚ୍ଛତା ହିଁ ସେବା ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ସରପଞ୍ଚ ଗୌରାଙ୍ଗ ମଲ୍ଲିକଙ୍କ ନେତୃତ୍ବରେ ଗ୍ରାମ, ବିଦ୍ୟାଳୟ ପରିସର, ପଞ୍ଚାୟତ କାର୍ଯ୍ୟାଳୟ ସଫାସୁତୁରା କରାଯାଇଥିଲା। ସମିତି ସଭ୍ୟା ଝରଣା ମଲ୍ଲିକ ଅଙ୍ଗନୱାଡ଼ି କର୍ମୀ, ସ୍ଥାନୀୟ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ, ଗ୍ରାମବାସୀ ପ୍ରମୁଖ ଏହି ସଫେଇ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ। ନରେନ୍ଦ୍ର ପୁର ପଞ୍ଚାୟତକୁ ସ୍ୱଚ୍ଛ ରଖିବା ଓ ପଲିଥିନ ମୁକ୍ତ କରିବା ପାଇଁ ଶପଥଗ୍ରହଣ କରିଥିଲେ। ବିଭିନ୍ନ ପର୍ଯ୍ୟାୟରେ ପଞ୍ଚାୟତର ବିଭିନ୍ନ ୱ।ଡରେ ସଫେଇ କାର୍ଯ୍ୟକ୍ରମ ହେବା ସହ ସ୍ଥାନୀୟ ବାସିନ୍ଦାଙ୍କୁ ସଚେତନତା କରାଯିବ ବୋଲି ସରପଞ୍ଚ କହିଛନ୍ତି। ଭିଏଲଡବ୍ଲୁ ହେମନ୍ତ କୁମାର ତ୍ରିପାଠୀ ପରିଚାଳନା କରିଥିଲେ। ସାକ୍ଷୀଗୋପାଳ ରୁ ଧୀରେନ୍ଦ୍ର ସେନାପତି ଙ୍କ ରିପୋର୍ଟ,୨୮/୯/୨୦୨୨---୮,୪୦ Sakhigopal News,28/9/2022



