ads

Breaking News

ବିଭୁତି ବାଟିକା ମେଳଣ ଶେଷ


 ସାକ୍ଷୀଗୋପାଳ----- ସାଗରସ୍ନାନ ମେଳଣ ସରିବା ପରେ ରାତ୍ରିରେ ବଳପୁର ଓ ବରାଳ ଗ୍ରାମର ବାବା ବାଲୁଙ୍କେଶ୍ୱର ଦେବ ବିମାନରେ ଦୁଆରି ଭୋଗ ଖାଇ ଫେରିଥିଲେ ।ବାଟରେ  ମାତୃପିଠ ତଥା ବିଭୁତି ବାଟିକା ମେଳଣ ପଡିଆରେ ଦୁଇ ଠାକୁର ଖୁଣ୍ଟିଲାଗି ହୋଇଥିଲେ । ତାପରଦିନ  ଠାକୁରଙ୍କ ସମସ୍ତ ଦେବନୀତି ସେଠାରେ କରାଯାଇଥିଲା ।  ମାତ୍ର ଦୁଇବର୍ଷ ହୋଇଗଲା କୋଭିଡ କଟକଣା ଯୋଗୁ ସବୁ ଫିକା ପଡିଯାଇଛି । ଠାକୁରଙ୍କ ନିକଟରେ ଦିନଯାକ ସଂକୀର୍ତ୍ତନ, ପାଲା ଆଦି କାର୍ଯ୍ୟକ୍ରମ କରାଯାଇଥାଏ । ଏ ବର୍ଷ ସବୁ ବନ୍ଦ ରହିଥିଲା । ଅପରାହ୍ନରେ ଠାକୁରଙ୍କ ବିଧି ଅନୁସାରେ ନାମକୁ ମାତ୍ର ଆତସବାଜି ପ୍ରଦର୍ଶନ ପରେ ହରିହର ଭେଟ କରାଯାଇଥିଲା ।  ପରେ ଠାକୁର ନିଜ ନିଜ ମନ୍ଦିରକୁ ଫେରିଥିଲେ । ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୧୦/୪/୨୦୨୧----୯,୯୫

ads

Blog Archive