ସତ୍ୟବାଦୀ ଆଇନଜୀବୀ ସଂଘର ନୂତନ କର୍ମକର୍ତ୍ତାଙ୍କର ଶପଥ ପାଠ
ସାକ୍ଷୀଗୋପାଳ-----ସତ୍ୟବାଦୀ ଆଇନଜୀବୀ ସଂଘର ନୂତନ କର୍ମକର୍ତ୍ତା ମାନେ ଶପଥ ପାଠ ଅନୁଷ୍ଠିତ ହୋଇଯାଇଛି । ଆଇନଜୀବୀ ଅଞ୍ଜନ କୁମାର ହୋତା ନିର୍ବାଚନ ଅଧିକାରୀ ଭାବେ କାର୍ଯ୍ୟ ସମ୍ପାଦନ କରିବା ସହ ନୂତନ କର୍ମକର୍ତ୍ତାଙ୍କୁ ଶପଥ ପାଠ କରାଇଥିଷଲ । ଅନୁଷ୍ଠିତ ଶପଥ ପାଠ ଉତ୍ସବରେ ପୂର୍ବତନ ଉପସଭାପତି ଆଇନଜୀବୀ ଭଗବାନ ରଥ ସଭାପତିତ୍ୱ କରିଥିଲେ । ସତ୍ୟବାଦୀ ଆଇନଜୀବୀ ସଂଘର ସଭାପତି ଭାବେ ଭଗବାନ ରଥ, ଉପସଭାପତି ଭାବେ ବାଳକୃଷ୍ଣ ମହାପାତ୍ର, ସମ୍ପାଦକ ଭାବେପ୍ରଭାକର ମିଶ୍ର, ସହ ସମ୍ପାଦକ ଭାବେ ରବୀନ୍ଦ୍ର କୁମାର ଦାଶ, କୋଷାଧ୍ୟକ୍ଷ ଭାବେ ସନ୍ତୋଷ କୁମାର ବେହେରା, ଅଫିସ ସମ୍ପାଦକ ଭାବେ ଚିନ୍ମୟ କୁମାର ନାୟକ, ଯୁଗ୍ମ ସମ୍ପାଦକ ବିଦୁଭୂଷଣ ମହାନ୍ତି ଓଦେବଦତ୍ତ ସାମନ୍ତରାୟ ରହିଥିବା ବେଳେ ଅଜିତ କୁମାର ଚୌଧୁରୀ, ଭାଷ୍କର ଚନ୍ଦ୍ର ନାୟକ, ମୋହନ ଚରଣ ସାହୁ, ପ୍ରଶାନ୍ତ କୁମାର ମହାପାତ୍ର ଓ ଉପେନ୍ଦ୍ର ବିଶ୍ୱାଳ ସଦସ୍ୟ ଭାବେ ମନୋନୀତ ହେବା ସହ ଶପଥ ପାଠ କରିଥିଲେ ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୧୦/୪/୨୦୨୧----୯,୩୫




