ads

Breaking News

ଡେଲାଙ୍ଗରେ ଉପନିର୍ବାଚନ ପାଇଁ ବିଜେଡି ଦଳ ପକ୍ଷରୁ ମହିଳା ସାମାବେଶ ଓ ମିଶ୍ରଣ ପର୍ବ


 ଡେଲାଙ୍ଗ ---- ଡେଲାଙ୍ଗ ବ୍ଳକ ଅନ୍ତର୍ଗତ ଖେଲଉର ଗ୍ରାମ ମେଳଣ ପଡିଆରେ ପଞ୍ଚାୟତ ସ୍ତରୀୟ  ମହିଳା ସମାବେଶ ଅନୁଷ୍ଠିତ ହେବା ସହ ବିଭିନ୍ନ ଦଳର କର୍ମୀ ଓ ବିଜେଡି ଦଳର ଅସନ୍ତୋଷ କର୍ମୀ ମାନଙ୍କୁ  ମୁଖ୍ୟ ଅତିଥି  ଗ୍ରାମ୍ୟ ଓ ଶ୍ରମମନ୍ତ୍ରୀ ସୁଶାନ୍ତି ସିଂ ବିଜେଡି ଦଳୀୟ ଉତ୍ତରୀୟ ଓ ଫୁଲତୋଡା ଦେଇ ଦଳରେ ସାମିଲ କରିଥିଲେ । ଏଠାରେ  ଆସନ୍ତା ୧୭ ତାରିଖରେ ଉପନିର୍ବାଚନ ହେବାକୁ ଯାଉଛି । ନିର୍ବାଚନ ପ୍ରଚାରରେ ବିଜେଡି ଦଳ ସବୁଠାରେ ଆଗରେ ରହିଛି । ବିଜେଡି ଦଳ ପ୍ରତି ଗ୍ରାମ, ସାହିରେ ଜନସମର୍ଥନ ବଡିବାରେ ଲାଗିଛି ।  ମନ୍ତ୍ରୀ ଓ ବିଧାୟକ, ବିଜେଡି ଦଳର କର୍ମକର୍ତ୍ତା ମାନେ ଏଠାରେ ରହି ନିର୍ବାଚନ ପ୍ରଚାରକୁ ଯୋରସୋର କରୁଛନ୍ତି । ଏହାକୁ ଦେଖି ବିରୋଧୀ ଦଳର ପ୍ରାର୍ଥୀ ମାନେ ଏବେ ଚିନ୍ତାରେ ପଡିଯାଇଛନ୍ତି । ଏଥିରେ ବିଧାୟକ  ଦେବୀ ପ୍ରସାଦ ମିଶ୍ର, ଅତାବିରା ବିଧାୟିକା ସେହ୍ନାଙ୍ଗିନି ଛୁରିଆ, ଡେଲାଙ୍ଗ ମିଶନ ଶକ୍ତି ମହିଳା ସଂଘର ସଭାନେତ୍ରୀ ବାସନ୍ତୀ ସାହୁ, ଜିଲ୍ଲା ପରିଷଦ ଜୋନଂ୧୮ର ସଭ୍ୟା ଭାଗ୍ୟଲକ୍ଷ୍ମୀ ମିଶ୍ର ଖେଲଉର ଗ୍ରାମ ପଞ୍ଚାୟତର ସଭାପତି ବାମଦେବ ନାୟକଙ୍କ ସହିତ ରାଜ୍ୟ ବିଜେଡି ମହିଳା ଦଳର ସମ୍ପାଦିକା ରିଜିୱାଲ ବେଗମ ତଥା  ପଞ୍ଚାୟତର ସରପଞ୍ଚ , ସମିତିସଭ୍ୟା ବାସନ୍ତୀ ବେହେରା ପ୍ରମୁଖ ଯୋଗ ଦେଇଥିଲେ । ଯୋଗ ଦେଇଥବା ଅତିଥି ମାନେ ଉକ୍ତ ପଞ୍ଚାୟତରେ ଥିବା କିଛି କାର୍ଯ୍ୟ ନିଜେ ମୁଖ୍ୟମନ୍ତ୍ରୀ ହାତକୁ ନେବେ ବୋଲି କହିଥିଲେ । ଯେଉଁଠାରେ ଉପନିର୍ବାଚନ ହୋଇଥାଏ ସେଠାର ଉନ୍ନୟନ ମୂଳକ କାର୍ଯ୍ୟ ନିଜେ ମୁଖ୍ୟମନ୍ତ୍ରୀ ହାତକୁ ନେଇଥାନ୍ତି ବୋଲି ମନ୍ତ୍ରୀ ସିଂ୍ୱହିଳା ମାନଙ୍କୁ ଜବାବା ଦେଇଥିଲେ ।  ଉପସ୍ଥିତ ଥିବା ହଜାର ହଜାର ମହିଳା ମାନେ ହୁଳହୁଳି ପକାଇ ମନ୍ତ୍ରୀଙ୍କ କଥାକୁ ସମର୍ଥନ କରିଥିଲେ । ଏବଂ ବିଜେଡି ଦଳକୁ ଜିତାଇବା ପାଇଁ ବ୍ରଜ ଶପଥ ମନ୍ତ୍ରୀ ଓ ବିଧାୟକ ସହ ଶପଥ ନେଇଥିଲେ ।

ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି, ୧୦/୪/୨୦୨୧-----୯,୩୦

ads

Blog Archive