ads

Breaking News

ବାରୁଣୀବୁଡ ମହୋତ୍ସବ ଉଦଯାପିତ


 ସାକ୍ଷୀଗୋପାଳ------ପୁରୀ ଜିଲ୍ଲା ସତ୍ୟବାଦୀ ବ୍ଳକ ଅନ୍ତର୍ଗତ ସୁଆଣ୍ଡୋ ଠାରେ ସାଗରସ୍ନାନ ବା ବାରୁଣୀବୁଡ ଅନୁଷ୍ଠିତ ଅବସରରେ ଏ ବର୍ଷ ପ୍ରଥମ କରି ବାରୁଣୀ ମହୋତ୍ସବ ଉଦଯାପିତ ହୋଇଯାଇଛି । । ବାରୁଣୀ ମହୋତ୍ସବ କମିଟି ପକ୍ଷରୁ ରାଜ୍ୟ ସରକାରଙ୍କ କୋଭିଡ-୧୯ ଆଇନକୁ ନଜର କରି ଏହା ପାଳିତ ହୋଇଯାଇଛି ।  ଦୁଇ ଦିନ ଧରି ମହୋତ୍ସବ ଶନିବାର ବିଳମ୍ବିତ ରାତିରେ ଉଦଯାପିତ ହୋଇଯାଇଛି । ଦୁଇଦିନ ଧରି ଅନୁଷ୍ଠିତ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ମନଭରି ଜନସାଧାରଣ ଉପଭୋଗ କରିଥିଲେ । ଗୋପବନ୍ଧୁଙ୍କ ଦାୟଦ ତଥା ସାମ୍ବାଦିକ ଧୀରେନ୍ଦ୍ର ନାଥ ଦାସ ଜଗନ୍ନାଥଙ୍କ ଫଟୋଚିତ୍ରରେ ଦୀପ ଓ  ପୁଷ୍ପମାଲ୍ୟ ଅର୍ପଣ କରି ଆନୁଷ୍ଠାନିକ ଭାବେ ଉତ୍ସବଟିକୁ ଉଦଘାଟନ କରିଥିଲେ । ଅନୁଷ୍ଠିତ ସଭାରେ ସାମ୍ବାଦିକ ଧୀରେନ୍ଦ୍ର ନାଥ ଦାସଙ୍କ ଦ୍ୱାରା  ପୁରୀ ବିଧାୟକ ତଥା ମହୋତ୍ସବ କମିଟରି ସଭାପତି ଜୟନ୍ତ କୁମାର ଷଢ଼ଙ୍ଗୀଙ୍କୁ ସମ୍ମର୍ଦ୍ଧିତ କରାଯାଇଥିଲା । ଅନ୍ୟ ମାନଙ୍କ ମଧ୍ୟରେ ବ୍ରହ୍ମଗିରି ବିଧାୟକ ଲଳିତ୍ରେୁ ବିଦ୍ୟାଧର ମହାପାତ୍ର, ଓମ ପ୍ରକାଶ ମିଶ, ପୁର୍ବତନ ଅର୍ବାନ କୋ ଅପରେଟିଭ ର ସଭାପତି ଚଣ୍ଡି ପ୍ରସାଦ ସିଂହ, କବି ଶଙ୍କର୍ଷଣ ପରିଡା ପ୍ରମୁଖ ଯୋଗ ଦେଇଥିଲେ । କୃଷ୍ଣଚନ୍ଦ୍ର ଦାଶ, ରାଜ କିଶୋର ମହାନ୍ତି, ସରୋଜ ମହାପାତ୍ରଙ୍କ ସହିତ ବାରୁଣୀ ମହୋତ୍ସବ କମିଟିର ସଦସ୍ୟ ମାନେ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ଶେଷ ଦେବ ସାହୁ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । 

ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୧୦/୪/୨୦୨୧----୯,୩୫

ads

Blog Archive