ads

Breaking News

ନିମବସନ୍ତପୁର ଗ୍ରାମରେ ତିନିଦିନିଆ ଆଧ୍ୟାତ୍ମାିକ ସତସଙ୍ଗ ଉଦଯାପିତ


 ଡେଲାଙ୍ଗ ------ଡେଲାଙ୍ଗ ବ୍ଳକ ଅନ୍ତର୍ଗତ ହରିହାଜପୁର ଗ୍ରାମ ପଞ୍ଚାୟତର ନିମବସନ୍ତ ପୁର ଗ୍ରାମରେ ଥିବା ଶ୍ରୀଚୈତନ୍ୟ ମଠ ପରିସରରେ ତିନି ଦିନିଆ ଆଧ୍ୟାତ୍ମିକ ସତସଙ୍ଗ ଉଦଯାପିତ ହୋଇଯାଇଛି । ଆଧ୍ୟାତ୍ମିକ ସତସଙ୍ଗକୁ ଶ୍ରୀ ଚୈତନ୍ୟ ଦେବ ମଠର ମହନ୍ତି ବୃନ୍ଦାବନ ଦାସ ମହାରାଜ ପ୍ରଦୀପ ପ୍ରଜ୍ୱଳନ କରି ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । ପ୍ରଜାପିତା ବ୍ରହ୍ମାକୁମାରୀ ଇଶ୍ୱରୀୟ ବିଶ୍ୱବିଦ୍ୟାଳୟ ଅନୁଷ୍ଠାନ ପକ୍ଷରୁ ଏହି ଆଧ୍ୟାତ୍ମିକ ସତସଙ୍ଗର ଆୟୋଜନ କରାଯାଇଥିଲା । ମୁଖ୍ୟ ଅତିଥି ଭାବେ ଜଟଣୀ ପ୍ରଜାପିତା ବ୍ରହ୍ମାକୁମାରୀ ଇଶ୍ୱରୀୟ ବିଶ୍ୱବିଦ୍ୟାଳୟର ମୁଖ୍ୟ ସଂଚାଳିକା ଜ୍ୟୋତି ଭଉଣୀ ଯୋଗଦେଇ ଇଶ୍ୱରୀୟ ଜ୍ଞାନ, ରାଜଯୋଗ  ସମ୍ପର୍କରେ  ମତ ରଖିବା ସହ ଶାନ୍ତିରେ ଯେପରି ମଣିଷ ହରି ପାରିବ ତାହା ହେଉଛି ସତସଙ୍ଗର ମୁଖ୍ୟ ଲକ୍ଷ୍ୟ ବୋଲି କହିଥିଲେ । ଗ୍ରାମର ଶତାଧିକ ମହିଳା ପୁରଷ ମାନେ ସତସଙ୍ଗରେ ଉପସ୍ଥିତ ରହିଥିଲେ । ମାନସ ରଞ୍ଜନ ପଟ୍ଟନାୟକ, ଇତିଶ୍ରୀ ପଟ୍ଟନାୟକ, ସସ୍ମିତା ରାଣୀ ପଟ୍ଟନାୟକ, ପୁଷ୍ପଲତା ସାହୁ, ସସ୍ମିତା ସୁଧା ପଟ୍ଟନାୟକ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ବ୍ରହ୍ମକୁମାର ଦିପୁଭାଇ ଭକ୍ତି ସଂଗୀତ ଗାନ କରିଥିଲେ । ପ୍ରଣବ କିଶୋର ପଟ୍ଟନାୟକ ଧନ୍ୟବାଦ ଦେଇଥିଲେ ।  

ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୧୧/୪/୨୦୨୧----୧୦,୪୦

ads

Blog Archive