ସତ୍ୟବାଦୀ ପୁଲିସ କରୋନା ଅମାନିଆଙ୍କ ଠାରୁ ଜୋରିମାନ ଆଦାୟ କଲା
ସାକ୍ଷୀଗୋପାଳ---- ରାଜ୍ୟରେ ଦୁତୀୟ କରୋନା ଲହରୀ ଯୋଗୁ ରାଜ୍ୟ ସରକାର ସମସ୍ତ ଜି୍ଲ୍ଲାପାଳଙ୍କୁ ସର୍ତକ ରହିବା ସହ ମାସ୍କ ବ୍ୟବହାର ପ୍ରତି ଗୁରୁତ୍ୱ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏହାକୁ ନଜର କରି ସତ୍ୟବାଦୀ ଥାନା ଆଇଆଇସି ଦେବୀ ପ୍ରସାଦ ପାତ୍ରଙ୍କ ତତ୍ୱବଧାନରେ ସାକ୍ଷୀଗୋପାଳ ବସଷ୍ଠାଣ୍ଡ, ବ୍ଳକ ଛକ, ପଟ୍ଟନାକୟିଆ ଛକ ଆଦି ଯାଗରେ ମାସ୍କ ଚେକିଂ କରାଯାଇଛି । ୪୦ ଜଣଙ୍କ ଠାରୁ ୪ହଜାର ଟଙ୍କା ଜୋରିମାନ ଆଦାୟ କରାଯାଇଥିବା ଆଇଆଇସି ଶ୍ରୀ ପାତ୍ରଙ୍କ ଠାରୁ ଜଣାପଡିଛି । ଏହି ଚଡାଉରେ ଏସଆଇ ବିଦ୍ୟୁତ ବେହୁରୀ ଓ ଏଏସଆଇ ବୈଷ୍ଠବ ମହାରଣାଙ୍କ ସହିତ ଫୋସ ନେଇ ଚଡାଉ ଜାରି ରଖିଛନ୍ତି ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୧୧/୪/୨୦୨୧---୮,୫୦


