ads

Breaking News

ରୁଦ୍ରଙ୍କ ପାଇଁ ମନ୍ତ୍ରୀ, ନେତା,ପିଲ୍ମଷ୍ଟାରଙ୍କ ପ୍ରଚାର ଯୋରଦାର; ବିରୋଧୀ ଦଳରେ ଛାନିଆ

 ଡେଲାଙ୍ଗ ----- ବୀରପୁରୁଷୋତ୍ତମପୁର ଗ୍ରାମ ପଞ୍ଚାୟତର କାତ୍ତିକପଡା ଗ୍ରାମ ପଡିଆରେ ମହିଳା ସମାବେଶ ଅନୁଷ୍ଠିତ ହୋଇଯାଇଛି । ଏଥିରେ ରାଜ୍ୟ ବିଜେଡି ଦଳର ସାଧାରଣ ସମ୍ପାଦକ ପ୍ରଫୁଲ ସିଂ ସଭାପତିତ୍ୱ କରିଥିଲେ । ଏଠାରେ ପୁରୀ ସାଂସଦ ପିନାକୀ ମିଶ୍ର, ଯାଜପୁର ସାଂସଦ ସମିଷ୍ଠା ସେଠୀ, ବିଧାୟକ ଦେବୀ ପ୍ରସାଦ ମିଶ୍ର, ବ୍ୟେମ କେଶର ରାୟ, ସ୍ନେହାଙ୍ଗିନି ଛୁରିଆ, ମହିଳା ଜନତା ଦଳର ରାଜ୍ୟ ଉପସଭାନେତ୍ରୀ ସାଗରିକା ମିଶ୍ରଙ୍କ ସହିତ ମନୋରମା ପାତ୍ର, ଚିନ୍ମୟ ଦାଶ, ତନ୍ମୟ ରାୟ, ଦିବଂଗତ ମହାରଥୀଙ୍କ ଝିଅ ପ୍ରଲ୍ଲବି ମହାରଥୀ ଓ ତାଙ୍କ ସ୍ୱାମୀ ପିଲ୍ମଷ୍ଟାର ଅଭେନ୍ଦୁ ସାହୁ ଙ୍କ ସହ ଆକାଶ ଦାସ ନାୟକ ଙ୍କ ସହିତ ବିଭିନ୍ନ ନେତା ଓ ମହିଳା ନେତ୍ରୀ ମାନେ ଯୋଗଦେଇ ବିଜେଡି ସରକାରଙ୍କ ବିଭିନ୍ନ ଜନହିତକର ଯୋଜନା ସମ୍ପର୍କରେ କହିବା ସହ ବିଜେଡି ପ୍ରାର୍ଥୀ ରୁଦ୍ର ମହାରଥୀଙ୍କୁ ବିପୁଳ ସଂଖ୍ୟାରେ ଭୋଟ ଦେଇ ଜୟଯୁକ୍ତ କରିବା ପାଇଁ ନିବେଦନ କରିଥିଲେ । ଯେଉଁଠାରେ ବିଜେଡି ଦଳ ପକ୍ଷରୁ ମହିଳା ସମାବେଶ କରାଯାଉଛି ସେଠାରେ ହଜାର ହଜାର ସଂଖ୍ୟାରେ ମହିଳା ମାନେ ଯୋଗ ଦେଉଥିବାର ଦେଖାଯାଇଛି । ଏହା ବିଜେପି ଓ କଂଗ୍ରେସ ଦଳ ପାଇଁ ମୁଣ୍ଡବିନ୍ଦାର କାରଣ ସାଜିଥିବାର ଜଣାପଡିଛି ।  



ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି, ୧୧/୪/୨୦୨୧---୮,୫୨

ads

Blog Archive

Popular Posts