

ଡେଲାଙ୍ଗ ---- ବିଜେଡି ଦଳ ପ୍ରତି ଜନସମର୍ଥନ ବଡିବା ଦେଖି ବିଜେପି କର୍ମୀ ମାନେ ଏବେ ଭୋକ ବିକଳରେ ତାଟିଆ କାମୁଡିବା ନୀତି ଆପେଣେଇଛନ୍ତି ବୋଲି ବିଜେଡି ବ୍ଳକ ସଭାପତି ବୈରାଗୀ ଜେନା କହିଛନ୍ତି । ଏହାର ଜବାବା ଆସନ୍ତା ୧୭ ତାରିଖରେ ଡେଲାଙ୍ଗ ଅଞ୍ଚଳବାସୀ ଦେବେ ବୋଲି କହିଛନ୍ତି । ରକ୍ତ ମୁଖା ସାଜିଛନ୍ତି ବିଜେପି କର୍ମୀ । ନିର୍ବାଚନ ତାରିଖ ଯେତେ ପାଖେଇ ଆସୁଛି ବିଜେଡି ଦଳ ପ୍ରତି ଜନସମର୍ଥନ ବଡିବାରେ ଲାଗିଛି । ଏହାକୁ ଦେଖି ବିଜେପି କର୍ମୀ ମାନେ ନିରୁପାୟ ହୋଇ ବିଜେଡିକର୍ମୀ ମାନଙ୍କୁ ଆକ୍ରମଣ କରିଥିବା ଜଣାପଡିଛି । ଜେନାପୁରୁ ଗ୍ରାମ ପଞ୍ଚାୟତରେ ଆଜି ମହିଳା ସମାବେଶ ସଫଳ ହେବା ପରେ ବିଜେପି କର୍ମୀ ମାନେ ରକ୍ତମୁଖା ସାଜିଛନ୍ତି । ଜେନାପୁର ଗ୍ରାମ ପଞ୍ଚାୟତର ପାଇକସାହିର ଅକ୍ଷୟ ମହାପାତ୍ର, ଭିକାରୀ ଦାଶ ଓ ବାବୁଲି ମହାପାତ୍ରଙ୍କୁ ବେରବୋଇ ରେଳଫାଟକ ନିକଟରେ ଏକ ବୋଲୋର ଗାଡିରେ ୧୦ ଜଣ ଯୁବକ ବିଭିନ୍ନ ମାରଣାସ୍ତରେ ସଜିତ ହୋଇ ଆକ୍ରମଣ କରିଛନ୍ତି । ଯାହାକି ସେମାନେ ଡାକ ପକାଇବାରୁ ସେମାନେ ଗାଡିରେ ପଳାଇଥିଲେ । ଏହାକୁ ନେଇ ଡେଲାଙ୍ଗ ଥାନା ନିକଟରେ ଶତାଧିକ ବିଜେଡି ମହିଳା ପୁରୁଷ କର୍ମୀ ମାନେ ଅଭିଯୁକ୍ତ ମାନଙ୍କୁ ତୁରନ୍ତ ଗିରଫ କରାଯିବା ଦାବିରେ ରାସ୍ତା ରୋକ କରିଛନ୍ତି । ସେହିପରି ପ୍ରସନ୍ନ କୁମାର ସ୍ୱାଇଁ ବାହ୍ମଣବାଡ ଗ୍ରାମରେ କିଛି ବିଜେପି କର୍ମୀ ମାନେ ବିଜେଡି ମହିଳା ସମାବେଶରେ ଯୋଗ ଦେଇ ଘରକୁ ଫେରିଥିବା ମହିଳା ମାନଙ୍କୁ ଗାଳି ଗୁଲଜ କରୁଛନ୍ତି ଖବର ପାଇ ସେଠାକୁ ଯାଇଥିଲେ । ସେଠାରେ ଶ୍ରୀ ସ୍ୱାଇଁ ପହଞ୍ଚିବା ମାତ୍ରେ ବିଜେପିର କର୍ମୀ ମାନେ ଶ୍ରୀ ସ୍ୱାଇଁଙ୍କୁ ଗାଳି ଗୁଳଜ କରିବା ସହ ମାଡ ମାରି ଟଙ୍କା ନେବା ସହ ତାଙ୍କ ମୋବାଇଲି ଭାଙ୍ଗି ଦେଇଥିବା ନେଇ ଥାନାରେ ସେ ଅଭିଯୋଗ କରିଛନ୍ତି । ଅନ୍ୟ ପକ୍ଷେ ବିଜେଡିର ମହିଳା ନେତ୍ରୀ ପ୍ରମିଳା ପରିଡା ବିଜେଡି ପାଇଁ ଘରକୁ ଘର ବୁଲି ପ୍ରଚାର କରିବାକୁ ମାଛପଡା ଯାଇଥିଲେ । ସେଠାରେ ଗ୍ରାମର କିଛ ବିଜେପି କର୍ମୀ ତାଙ୍କ ଠାରୁ ପୁସିଙ୍ଗ କାର୍ଡ ଛଡାଇ ନେବା ସହ ଅସଭ୍ୟ ଭାଷାରେ ଗାଳିମନ୍ଦ କରିବା ସହ ବାଡିରେ ବାଡେଇଥିଲେ ବୋଲି ଥାନାରେ ସେ ଲିଖିତ ଅଭିଯୋଗ କରିଛନ୍ତି । ଡେଲାଙ୍ଗ ବ୍ଳକ ବିଜେଡି ସଭାପତି ବୈରାଗୀ ଜେନା, ଜିଲ୍ଲା ପରିଷଦ ସଭ୍ୟ ଦେବାଶିଷ ନନ୍ଦ, ସୁରେନ୍ଦ୍ର ନାୟକ ପ୍ରମୁଖଙ୍କ ନେତୃତ୍ୱରେ ଧାରଣା ଜାରି ରହିଛି । ଉଭୟ ପାଶ୍ୱରେ ଗାଡି ମଟର ଅଟକି ରହିଥିବା ଜଣାପଡିଛି । ସେହିପରି ଡେଲାଙ୍ଗ ଥାନା ବାହ୍ମଣବାଡ ଗ୍ରାମରେ ବିଜେପି ପ୍ରଚାର କରୁଥିବା ବେଳେ ଉକ୍ତ ଗ୍ରାମର କିଛି ଯୁବକ ଆକ୍ରମଣ କରିଛନ୍ତି । ଯାହାକି ତିନିଜଣ ଆହତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ଦୁଇଜଣ ଭୁବନେଶ୍ୱର ପଠାଯାଇଥିବା ଜଣାପଡିଛି । ଏହାକୁ ନେଇ ଡେଲାଙ୍ଗ ହାଟ ଛକରେ ବିଜେପି ପକ୍ଷରୁ ରାସ୍ତାରୋକ କରାଯାଇଥିବା ଜଣାପଡିଛି ।

ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି, ୧୧/୪/୨୦୨୧----୮,୪୦