ads

Breaking News

ଖାଦ୍ୟ ପ୍ରକିୟା କରଣ ଓ ଫଳ, ପନିପରିବା ସଂରକ୍ଷଣ ତାଲିମ ଶିବିର


 ସାକ୍ଷୀଗୋପାଳ---  ପୁରୀ ଜିଲ୍ଲା ସତ୍ୟବାଦୀ ବ୍ଳକର ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ଗ୍ରାମ କୃଷି ବିକାଶ ପରିଷଦ ପକ୍ଷରୁ ବିଭିନ୍ନ ଗ୍ରାମ ପଞ୍ଚାୟତର ମହିଳା ଗୋଷ୍ଠୀର ୩୦ ଜଣ ମା ମାନଙ୍କୁ ନେଇ ନିଜସ୍ୱ ତାଲିମ ଗୃହରେ ଦଶ ଦିନିଆ ତାଲିମ ଶିବିର ଆରମ୍ଭ ହୋଇଛି । ଏହି ତାଲିମ କାର୍ଯ୍ୟକ୍ରମକୁ ପୁରୀ ଜିଲ୍ଲା ଲିଡବ୍ୟାଙ୍କର ପ୍ରବନ୍ଧକ ମୁଖ୍ୟ ଅତିଥି ଭାବେ କିଶୋର କୁମାର ଆଚାର୍ଯ୍ୟ ଆନୁଷ୍ଠାନିକ ଭାବେ ତାଲିମ ଶିବିରଟିକୁ ଉଦଘାଟନ କରିଥିଲେ । ସଭା କାର୍ଯ୍ୟ ଆରମ୍ଭରୁ କାର୍ଯ୍ୟାଳୟ ପରିସରରେ ଥିବା ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ଓ ଧୂପ ଦୀପ ପ୍ରଜ୍ୱଳନ କରାଯାଇଥିଲା ।
ଅନ୍ୟତମ ଅତିଥି ଭାବେ ସାମ୍ବାଦିକ ଧୀରେନ୍ଦ୍ର ସେନାପତି, ପୂର୍ଣ୍ଣାନନ୍ଦ ତ୍ରିପାଠୀ, ତୁଷାର ରଞ୍ଜନ ନାୟକ ଓ ଗୌରି ଶଙ୍କର ସିଂଘାରୀ  ଯୋଗ ଦେଇଥିଲେ । ଏହି ତାଲିମ କେନ୍ଦ୍ରରୁ ତାଲିମ ନେଇ ମହିଳା ମାନେ ସଠିକ ଭାବେ ଉପଯୋଗ କରି ପାରିଲେ ନିଜେ ସ୍ୱାବଲମ୍ବୀ ହୋଇ ପାରିବେ ବୋଲି ଅତିଥି ମାନେ ମତ ପ୍ରକାଶ କରିଥିଲେ । ଗ୍ରାମ କୃଷି ବିକାଶ ପରିଷଦର ସାଧାରଣ ସମ୍ପାଦକ ପ୍ରତାପ କୁମାର ପାହାନ୍ତାସିଂ ଅତିଥି ପରିଚୟ ପ୍ରଦାନ କରିବା ସହ ସ୍ୱାଗତ ଭାଷଣ ଦେଇଥିଲେ ।  ଅନୁଷ୍ଠାନର କୋଷାଧ୍ୟକ୍ଷା ସଂଜୁକ୍ତା ପାହାନ୍ତାସିଂ ପ୍ରଥମ ଦିନରେ ଟ୍ରେନର ଭାବେ ରହିଥିଲେ । ଶେଷରେ ଧୀରେନ୍ଦ୍ର ସେନାପତି ଧନ୍ୟବାଦ ଦେଇଥିଲେ ।

 

ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୧୫/୩/୨୦୨୧---୮,୫୧  

ads

Blog Archive

Popular Posts