ads

Breaking News

ବରୀ ସାହିତ୍ୟ ସଂସଦର ଦ୍ବାଦଶ ବାର୍ଷିକ ଓ ମୁଖପତ୍ର ଉନ୍ମୋଚିତ


ବରୀ---- ଯାଜପୁର ଜିଲ୍ଲା ବରୀ ବ୍ଲକ ଅଧିନ ଗୋପବନ୍ଧୁ ଓ ମା ରମାଦେବୀ ଆଶ୍ରମ ପରିସରେ  ବରୀ ସାହିତ୍ୟ ସଂସଦର ଦ୍ବାଦଶ ବାର୍ଷିକ ଓ ମୁଖପତ୍ର ତଥା ସାହିତ୍ୟ ପତ୍ରିକା ବରିଶ୍ରୀ ର ୨୩ତମ ସଂଖ୍ୟା ଅନାବରଣ ଉତ୍ସବ ମହା ସମାରୋହ ରେ ଅନୁଷ୍ଟିତ ହୋଇଯାଇଛି । ଆଶୁତୋଷ ପରିଡାଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବେ କାଶୀନାଥ ମହାବିଦ୍ୟାଳୟ ର ଯୁକ୍ତ ୩ ଅଧ୍ୟକ୍ଷ ପ୍ରଦୀପ କୁମାର ଶତପଥୀ,ମୁଖ୍ୟବକ୍ତା ବାଲିଆ କଲେଜର ପ୍ରାଧ୍ୟାପକ ଦେବ ପ୍ରସାଦ ସାମଲ,ସମ୍ମାନିତ ଅତିଥି ବୃନ୍ଦାବନ ସାମଲ ଯୋଗ ଦେଇଥିଲେ । ଅତିଥି ପରିଚୟ ଓ ସ୍ୱାଗତ୍ ଭାଷଣ ଷ୍ଟାଲିନ୍ ଜେନା ଦେଇଥିବାବେଳେ ସମ୍ପାଦକ ସୁମନ୍ତ କୁମାର ପଣ୍ଡା ସଂସଦର ଆଭିମୁଖ୍ୟ ବିବରଣୀ ପାଠ କରିଥିଲେ। ସମାଜକୁ ଶୃଙ୍ଖଳିତ କରି ଗଢି ତୋଳିବାକୁ ହେଲେ ସାହିତ୍ୟର ଜରୁରୀ ଆବଶ୍ୟକତା ରହିଛି ବୋଲି ବିଶିଷ୍ଠ ସାହିତ୍ୟିକ ମାନେ ମତ ପ୍ରକାଶ କରିଥିଲେ । ବରୀ ମାଟିରେ ସାହିତ୍ୟ, ସଂସ୍କୃତି ପରମ୍ପରା,ଐତିହ,କଳା ଭରପୁର ହୋଇ ରହିଛି। ଏହି ମାଟିରେ କବି ଅଭିମନ୍ୟୁ ସାମନ୍ତ ସିଂହାର , କବି ବାଞ୍ଛାନିଧି ଦାସ, ଜନ୍ମ ନେଇ ସମାଜକୁ ସାହିତ୍ୟର ଦିଗ୍ ଦର୍ଶନ ଦେଇ ଯାଇଛନ୍ତି । ଏହି ମାଟିରେ ରମାଦେବୀ ଗୋପବନ୍ଧୁ  ସେବାକରି ଇତିହାସରେ କିମ୍ବଦନ୍ତୀ ପାଲଟି ଥିବାବେଳେ ବହୁ ସାହିତ୍ୟିକ,ସାମ୍ବାଦିକ, କଳାକାର ବୈଜ୍ଞାନିକ ଦେଶ ବିଦେଶରେ ପରିଚିତ ହୋଇପାରଛନ୍ତି ।  ଏହି ଅବସରରେ ବରିଶ୍ରୀର ୨ ୩ ତମ ସଂଖ୍ୟା ଅନାବରଣ ଉପସ୍ଥିତ ଅତିଥି ମାନଙ୍କ ଦ୍ୱାରା କରାଯାଇଥିଲା । ସାହିତ୍ୟିକ ବୃନ୍ଦାବନ ସାମଲ,ବିଷ୍ଣୁ ଚରଣ ମହାନ୍ତି,  କୁଞ୍ଜ ବିହାରୀ ଦାଶ, ଶତାଧିକ ସାହିତ୍ୟକ ଉପସ୍ଥିତ ରହିଥିଲେ ।  ଶେଷରେ ଅମୂଲ୍ୟ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ ।
ଯାଜପୁର ବରୀରୁ-ଦର୍ଶନ ବେହେରାଙ୍କ ରିପୋର୍ଟ,୨୨/୩/୨୦୨୧----୬,୦୦

ads

Blog Archive

Popular Posts