ads

Breaking News

ଯୁବ ସମାଜସେବୀ ଫୁଲ ଚନ୍ଦନରେ ପାଳିଲେ ହୋଲି



ବରୀ  --- କରୋନା ର  ଦ୍ୱିତୀୟ ଲହରର ଭୟାବହତାକୁ ଆଖି ଆଗରେ ରଖି ଏବଂ ରାସାୟନିକ ରଙ୍ଗ ଓ ଅଭିର ର କୁପ୍ରଭାବ ରୁ ଲୋକଙ୍କୁ ଦୁରେଇ ରଖିବା ପାଇଁ ଯୁବ ସମାଜସେବୀ ଡ଼ଃ ବିଶ୍ୱନାଥ ତ୍ରିପାଠୀ ଏକ ନିଆରା ଢଙ୍ଗରେ ବରୀ ଅଞ୍ଚଳରେ ଫୁଲ, ଅଗୁରୁ ଚନ୍ଦନ ଦ୍ୱାରା ହୋଲି ପାଳନ କରିଛନ୍ତି। ବରୀ ଅଞ୍ଚଳରେ ଥିବା ବର୍ଷିୟାନ ବରିଷ୍ଠ ନାଗରିକ, ଶିକ୍ଷାବିତ୍, ସ୍ୱାଧୀନତା ସଂଗ୍ରାମୀ ଶତାଧିକ ବରିଷ୍ଠ ନାଗରିକଙ୍କ ଘରକୁ ଘର ବୁଲି ଅଗୁରୁ,ଚନ୍ଦନ ଏବଂ ଫୁଲ ଦ୍ୱାରା ହୋଲି ପାଳନ କରି ବରିଷ୍ଠ ନାଗରିକ ଙ୍କ ଠାରୁ ଆଶିର୍ବାଦ ଭିକ୍ଷା କରିଥିଲେ ।
ଏହି କାର୍ଯ୍ୟକ୍ରମରେ ସାମାଜିକ କର୍ମୀ ଚିତ୍ତରଞ୍ଜନ ପାଢ଼ୀ ସହଯୋଗ କରିଥିଲେ
ବରୀରୁ ଦର୍ଶନ ବେହେରା ,୨୯/୩/୨୦୨୧---୮,୨୦

ads

Blog Archive

Popular Posts