ads

Breaking News

୨୨ତମ ମାଳଦା ବାଦୀପାଲା ଉଦଯାପିତ


ବରୀ - ବରୀ ବ୍ଲକ ଅନ୍ତର୍ଗତ କିମ୍ଭିରିଆପାଳ ଗ୍ରାମପଞ୍ଚାୟତର ମାଳଦା ଗ୍ରାମରେ ମା ବାସୁଳାଇ ବାଦୀପାଲା କମିଟି ଆନୁକୂଲ୍ୟରେ ବାଦୀ ପାଲା ସୂର୍ଯ୍ୟମଣୀ ସାହୁ ଙ୍କ ନେତୃତ୍ୱ ଉଦଯାପିତ ହୋଇଯାଇଛି । ଗାୟକ ଯୁବ ସମ୍ରାଟ ପ୍ରଶାନ୍ତ ନାଥଶ୍ରର୍ମା ଓ ଗାୟକ ସାଗର ତ୍ରିଲୋଚନ ବେହେରା ଗାୟକ ଭାବରେ ଯୋଗ ଦେଇ ପୁରାତନ ସାହିତ୍ୟ, ଛାନ୍ଦ, ଚମ୍ପୁ , ମାଳିକା, ଓଡିଶୀ ଇତ୍ୟାଦି ପରିବେଷଣ କରିଥିଲେ । ପାଲା ସଂସ୍କୃତି ଅବଲୋପ ପାଉଥିବା ବେଳେ ୨୨ ବର୍ଷ ଧରି ବହୁ ଶୁଙ୍ଖଳା ସହ ବାଦୀପାଲା ପରିବେଷଣ କରୁଥିବାରୁ ବରୀ ଅଞ୍ଚଳର ଶହ ଶହ କଳା ସାହିତ୍ୟ ପ୍ରେମୀ ଦର୍ଶକ ବାଦୀ ପାଲାକୁ ଉପଭୋଗ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟ୍ୟରେ ଭାଗବତ ବେହେରା, ବସନ୍ତ ବେହେରା, ବିଜୟ ନାୟକ, ସଚ୍ଚାତାନନ୍ଦ ଦାସ, ଭାଗବତ ନାୟକ, ଭାରତ ଦାସ, ଶରତ ଦାସ, ଅଶୋକ ନାୟକ, ସ୍ମୃତି ରଞ୍ଜନ ଦାସ, କେଶବ ଦାସ, ବିଜୟ ବେହେରା, ଧିରେନ ଦାସ, କାର୍ତ୍ତିକ ବେହେରା, କବିନ୍ଦ୍ର ବେହେରା ପ୍ରମୁଖ ସହଯୋଗ କରିଥିଲେ ।
ବରୀରୁ ଦର୍ଶନ ବେହେରା ୨୩/୩/୨୦୨୧---୧୦,୧୫

ads

Blog Archive

Popular Posts