ads

Breaking News

ବରକେରା ବିଦ୍ୟାଳୟରେ ବିଶ୍ଵ ବନ ଦିବସ ଓ ବିଶ୍ଵ ଜଳ ଦିବସ ପାଳିତ


 ଡେଲାଙ୍ଗ---  ବିଶ୍ଵ ବନଦିବସ  ଓ ବିଶ୍ଵ ଜଳ ଦିବସ ଡେଲାଙ୍ଗ ବ୍ଲକ୍ ଅନ୍ତର୍ଗତ ମୁନିଦା ଗ୍ରାମ ପଞ୍ଚାୟତ ର ବରକେରା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପାଳିତ ହୋଇଯାଇଛି।ସର୍ବ ପ୍ରଥମେ ବିଦ୍ୟାଳୟ ପ୍ରାଙ୍ଗଣରେ ଥିବା ସତ୍ୟବାଦୀ ଯୁଗର ପଞ୍ଚସଖାଙ୍କ ପ୍ରତିମୂର୍ତ୍ତୀରେ ମାଲ୍ୟାର୍ପଣ କରାଯାଇଥିଲା।‌ପ୍ରଧାନ ଶିକ୍ଷକ ପ୍ରଦିପ କୁମାର ସେଠୀଙ୍କ ଅଧ୍ୟକ୍ଷତାରେ ଏକ ସଭା ଅନୁଷ୍ଠିତ ହୋଇଥିଲା।ଉକ୍ତ ସଭାରେ ଶିକ୍ଷକ ତଥା ପରିବେଶ କର୍ମୀ ମିଟୁ କିଶୋର ପ୍ରଧାନ ,ଶିକ୍ଷୟିତ୍ରୀ ମଞ୍ଜୁଲତା ପ୍ରଧାନ ,ଶିକ୍ଷକ ପର୍ଶୁରାମ ସାହୁ ,ବିରଞ୍ଚି ନାରାୟଣ ବରାଳ, ସୁଧିର କୁମାର ଜେନା ପୁରୁଷୋତ୍ତମ ନାୟକ ବିଦ୍ୟାଳୟର ପରିଚାଳନା କମିଟି ସଭାପତି ସୁବାଷ ଚନ୍ଦ୍ର ମାହୁନ୍ତ ପରିଚାଳନା କମିଟି ସଦସ୍ୟ ରମେଶଚନ୍ଦ୍ର ମାହୁନ୍ତ,ମିନକେତନ ପରିଡା,ସନ୍ତୋଷ ମାହୁନ୍ତ,ଭାଗିରଥି ଭୋଇ, ପବିତ୍ର ପ୍ରଧାନ,ଶିବାନୀ ପରିଡା, ଜୟନ୍ତୀ ପରିଡା, ତପସ୍ଵିନୀ ପରିଡା,ଶୈଳବାଳା ପରିଡା, ରଞ୍ଜିତା ପରିଡା,ସଞୁକ୍ତା ପରିଡା, ବିଳାସିନୀ ଭୋଇ, ରୋଜାଲିନା‌ପ୍ରଧାନ‌ , ବାସନ୍ତି ବାରିକ ପ୍ରମୁଖ ଯୋଗଦେଇ ଥିଲେ।ବନ ସଂରକ୍ଷଣ ସହିତ ପ୍ରତ୍ୟେକ ବ୍ୟକ୍ତି ନିଜ ବାଡ଼ିରେ ଜମି ହୁଡ଼ାରେ ରାସ୍ତା କଡ଼ରେ ପତିତ ଜମିରେ ବୃକ୍ଷରୋପଣ କରିବା ପାଇଁ ପରାମର୍ଶ ଦେଇଥିଲେ। ଜଳଦିବସ ଅବସରରେ ଜଳ ସଂରକ୍ଷଣ ସହିତ ବର୍ଷାଜଳକୁ ସାଇତି ରଖି ତାର ଉପଯୋଗ କରିବା ଓ ଜଳ ଅପଚୟ ନ କରିବା ପାଇଁ ବକ୍ତାମାନେ ପରାମର୍ଶ ଦେଇଥିଲେ। ସର୍ବଶେଷରେ ସୁଧୀର କୁମାର ଜେନା ଧନ୍ୟବାଦ ଅର୍ପଣ କରିଥିଲେ।
ଡେଲାଙ୍ଗ ରୁ ଧୀରେନ୍ଦ୍ର ସେନାପତି,୨୨/୩/୨୦୨୧-----୯,୧୫

ads

Blog Archive

Popular Posts