ads

Breaking News

ରାଜ୍ୟର ସମସ୍ତ ସାମ୍ବାଦିକଙ୍କୁ କରୋନା ଟୀକା ପ୍ରଦାନ ନେଇ ମୁଖମନ୍ତ୍ରୀଙ୍କୁ ଦାବି ପତ୍ର



ବରୀ  -----  ସମଗ୍ର ବିଶ୍ଵରେ ମହାମାରୀ କରୋନା ପ୍ରଭାବ ପୁନର୍ବାର ବଢିବାରେ ଲାଗିଛି  । ଏପରି ସ୍ଥିତିରେ ରାଜ୍ୟ ସରକାର ଆଗଧାଡିର କରୋନା ଯୋଦ୍ଧାମାନଙ୍କୁ ଟୀକା ପ୍ରଦାନର ବ୍ୟବସ୍ଥା କରିଛନ୍ତି । କରୋନା ସମୟରେ ଲୋକଙ୍କୁ ସଚେତନ କରାଇବା ସହ ସମ୍ବାଦ ସଂଗ୍ରହ ଓ ପରିବେଷଣରେ ନିରବଚ୍ଛିନ୍ନ ଭାବେ କାର୍ଯ୍ୟ କରୁଥିବା ରାଜ୍ୟର ସମସ୍ତ ସାମ୍ବାଦିକ ମାନଙ୍କୁ କରୋନା ଟୀକା ପ୍ରଦାନ କରିବା ନେଇ ମୁଖମନ୍ତ୍ରୀଙ୍କୁ ବରୀ ବ୍ଲକ ର ସମସ୍ତ ଗଣମାଧ୍ୟମ ପ୍ରତିନିଧିମାନଙ୍କ ପକ୍ଷରୁ ଦାବି କରାଯାଇଛି । ଏ ନେଇ ଆଜି ଏକ ଦାବିପତ୍ର ବରୀ ବିଡିଓ ଶିବାନନ୍ଦ ସ୍ୱାଇଁଙ୍କ ମାଧ୍ୟମରେ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଦାନ କରାଯାଇଛି । ଏହି ଦାବି ପତ୍ରରେ ସାମ୍ବାଦିକମାନଙ୍କୁ କରୋନା ଟୀକା ତୁରନ୍ତ ପ୍ରଦାନ କରିବା ସହ ଆର୍ଥିକ ପ୍ରୋତ୍ସାହନ ଯୋଗାଇ ଦେବା ପାଇଁ  ସାମ୍ବାଦିକମାନଙ୍କ ପକ୍ଷରୁ ଦାବି କରାଯାଇଛି । ଏହି ଦାବି ପତ୍ର ପ୍ରଦାନ ସମୟରେ ସାମ୍ବାଦିକ ବାଞ୍ଛାନିଧି ସାହୁ, ପ୍ରଭାତ କୁମାର ମହାନ୍ତି, ପ୍ରତାପ କୁମାର ଦାସ, ମହେନ୍ଦ୍ର ସ୍ୱାଇଁ, ସଂଜୟ କୁମାର ବେହେରା, ହିମାଂଶୁ ଶେଖର ଦାଶ, ସାଗର ରଞ୍ଜନ ବେଉରିଆ, ପ୍ରଦୀପ କୁମାର ମହାରଣା, ଚୈତନ୍ୟ ଚରଣ ଜେନା, ଅରୁଣ ବେହେରା,ଅରୁଣ କୁମାର ବେଉରିଆ, ପ୍ରଶାନ୍ତ କୁମାର ଦ୍ଵିବେଦୀ, ସ୍ନେହାସୁଂ ଶେଖର ମହାନ୍ତି, ବିଶ୍ଵଭୂଷଣ ଜେନା, ବିଶ୍ଵଜିତ ମହାନ୍ତି, ଦର୍ଶନ ବେହେରା, ରାଜ କୁମାର ମହାନ୍ତି, ଜନ୍ମଜୟ ସ୍ୱାଇଁ,ସତ୍ୟଭାମା କବି, ସନ୍ତୋଷ କୁମାର ରାଉତ ପ୍ରମୁଖ ଉପସ୍ଥିତ ଥିଲେ ।
ଯାଜପୁର ବରୀରୁ ଦର୍ଶନ ବେହେରାଙ୍କ ରିପୋର୍ଟ,୧୭/୩/୨୦୨୧----

ads

Blog Archive

Popular Posts