ads

Breaking News

ବିଜେପି ପକ୍ଷରୁ ଫନି କ୍ଷତିଗସ୍ତ ପରିବାରକୁ ସହାୟତା ଦେବାକୁ ଦାବି

 ଡେଲାଙ୍ଗ--- ଡେଲାଙ୍ଗ ବ୍ଳକର ୨୧ ଗୋଟି ପଞ୍ଚାୟତର ୧୨ ହଜାର ପରିବାର କ୍ଷତିଗସ୍ତ ହୋଇଥିଲେ । ଏହା ମଧ୍ୟରେ ଫନି ଯିବା ୨୨ ମାସ ହୋଇଯାଇଥିଲେ ମଧ୍ୟ ପକୃତ ହିତାଧିକାରୀ ଚୟନରେ ପାତର ଅନ୍ତର କରାଯାଇଛି । କେତେକ ଗରିବ ଅସହାୟ ପରିବାରଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଲକ କରାଯାଇ ରଖାଯାଇଛି । ଯାହା ଫଳରେକି ଲୋକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ତୁରନ୍ତ ଏ ଦିଗ୍ରପତି ନଜର ଦେବା ସହ ଅଚଳ ହୋଇ ପଡିଥିବା ବ୍ୟାଙ୍କ ଆକଉଣ୍ଟ ଗୁଡିକ ସଚଳ କରିବା ସହ ଫନିରେ କ୍ଷତିଗସ୍ତ ପରିବାରଙ୍କୁ ସହାୟତା ଯୋଗାଇ ଦେବା ପାଇଁ ଡେଲାଙ୍ଗ ବିଜେପି  ଗଡ ମୋଟରୀ ମଣ୍ଡଳ ସଭାପତି ଶ୍ୱେତ କୁମାର ନାୟକ, ବେରବୋଇ ମଣ୍ଡଳ ସଭାପତ ସୁଧାଶୁଂ ଶେଖର ପରିଡ ଓ ଘୋରଡିଆ ମଣ୍ଡଳ ସଭାପତି ଲଡୁକିଶୋର ରାୟ ଦାବି ଜଣାଇଛନ୍ତି ।

 ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି, ୧୭/୩/୨୦୨୧----୬,୨୫

ads

Blog Archive

Popular Posts