ads

Breaking News

ଚରମ୍ପା ମୁନିସିପାଲଟି ଚିକିତ୍ସାଳୟରେ ମାଗଣା ଚକ୍ଷୁ ପରୀକ୍ଷା ଶିବିର


 ଭଦ୍ରକ ---ଆଜି ଭଦ୍ରକ ମୁନିସିପାଲଟି ଅଧିନସ୍ଥ ଚରମ୍ପା ବରଳାପୋଖରୀ ସ୍ଥିତ ସରକାରୀ ଚିକିତ୍ସାଳୟରେ ସ୍ୱର୍ଗତା ଆଶାଲତା ମିଶ୍ରଙ୍କର ପଞ୍ଚମ ଶ୍ରାଦ୍ଧ ବାର୍ଷିକ ଅବସରରେ ମିଶ୍ର ଚାରିଟେବୁଲ ଟ୍ରଷ୍ଟ ଏବଂ ରୋଟାରୀ କ୍ଲବର ମିଳିତ ସହଯୋଗରେ ଶିଶିର ମିଶ୍ରଙ୍କ ସଭାପତିତ୍ୱରେ ଏକ ମାଗଣା ଚକ୍ଷୁ ପରୀକ୍ଷା ଏବଂ ଚିକିତ୍ସା ଶିବିର ଅନୁଷ୍ଠିତ ହୋଇଯାଇଛି । କଟକରୁ ଅଭିଜ୍ଞ ବିଶେଷଜ୍ଞ ଡାକ୍ତର ଦ୍ଵାରା ଏହି ଶିବିର ଆୟୋଜନ କରାଯାଇଥିଲା । ସକାଳ ୮:୩୦ ମି ରୁ ଅପରାହ୍ନ ୧:୩୦ ମି ପର୍ଯ୍ୟନ୍ତ ଚାଲିଥିଲା । ଆଖ ପାଖରୁ ଶତାଧିକ ଲୋକ ଯୋଗ ଦେଇ ନିଜର ଚକ୍ଷୁର ଚିକିତ୍ସା କରିଥିଲେ । ଅତିଥି ମାନଙ୍କ ମଧ୍ୟରେ ଅତିଶ ବେହେରା, ପ୍ରୀତିରଞ୍ଜନ ଜେନା, ଆଲୋକ ଲଖାନି, ପ୍ରମୋଦ ଲଖାନି , ଅମିତ ମଲ୍ଲିକ, ସନାତନ ଜେନା, ପିତାମ୍ବର ଖିଲାର ପ୍ରମୁଖ ଯୋଗ ଦେଇଥିଲେ । 
ଭଦ୍ରକରୁ ପ୍ରମୋଦ ନାୟକ,୧୭/୦୩/୨୧,----୯,୩୦

ads

Blog Archive

Popular Posts