ads

Breaking News

ଗାନ୍ଧୀ ସ୍ମାରକୀ ସମିତି ପକ୍ଷରୁ ସ୍ୱଚ୍ଛତା କାର୍ଯ୍ୟକ୍ରମ


 ଡେଲାଙ୍ଗ ------ ଗାନ୍ଧୀଜୀଙ୍କ ପ୍ରଥମ ଓଡିଶା ଆଗମନର ଶତବାର୍ଷିକ ଓ ବେରବୋଇରେ ଗୋନ୍ଧୀଜିଙ୍କ ଅବସ୍ଥାନର ସାମ୍ବତ୍ସରିକ ଉତ୍ସବ ପାଳନ ହୋଇଯାଇଛି । ଏହି ଅବସରରେ ଗାନ୍ଧୀ ସ୍ମାରକୀ ସମିତି ବେରବୋଇ  ପକ୍ଷରୁ ସ୍ୱଚ୍ଛତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ପ୍ରଥମେ ସକାଳୁ ଡେଲାଙ୍ଗ ରେଳୱେ ଷ୍ଟେସନ ବଜାର ଓ ଥାନା ପରିସର ଗଦା ହୋଇଥିବା ଅଳିଆ ଅବଜ୍ଜନାକୁ ସଫେଇ କରାଯାଇଥିଲା ।ଏହି ସଫେଇ କାର୍ଯ୍ୟକ୍ରମରେ ଅନୁଷ୍ଠାନର ସଭାପତି ଇଂ ବିଚିତ୍ରାନନ୍ଦ ମହାନ୍ତି, ସମ୍ପାଦକ ଚନ୍ଦ୍ର ଶେଖର ବିଶ୍ୱାଳ, ସହ ସମ୍ପାଦକ ସର୍ବେଶ୍ୱର ବରେଇ, ସଂଗଠନର ସମ୍ପାଦକ ଅନାମ ମଲିକ, ସାସ୍କୃତିକ ସମ୍ପାଦକ ଅମରେନ୍ଦ୍ର ବାରିକ, କୋଷାଧ୍ୟକ୍ଷ ଭାଗିରଥି ପରିଡାଙ୍କ ସହିତ ସନ୍ତୋଷ ବିଶ୍‌ବାଳ, ଅଭୟ ଚରଣ ସାହୁ, ବଲ୍ଲଭ ବିଶ୍ୱାଳ, ସୁମନ୍ତବେହେରା, ସନ୍ତୋଷ କୁମାର ରାଉତ, ରଜନୀ ରାଉତରାୟ, କ୍ଷେତ୍ରବାସୀ ଆଳୁକ, ଗୋବିନ୍ଦ ପଟ୍ଟନାୟକ ପ୍ରମୁଖ ଯୁବକ ମାନେ ଏହି ସଫେଇ କାର୍ଯ୍ୟକ୍ରମରେ ସାମିଲ ହୋଇଥିବାର ଦେଖାଯାଇଥିଲା ।


 ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି, ୨୭/୩/୨୦୨୧---୪,୩୫

ads

Blog Archive

Popular Posts