ads

Breaking News

ସିଟିସ୍କୁଲ ୧୯୯୫ ବ୍ୟାଚର ବନ୍ଧୁ ମିଳନ


 ଡେଲାଙ୍ଗ--- ସିପସରୁବାଲି ସାମୁକା ପ୍ରକଳ୍ପ ଠାରେ ୧୯୯୫ ମସିହା  ସିଟି  ବ୍ୟାଚର ମଣିଷ ତିଆରି ବିନ୍ଧାଣୀ ମାନେ କୋଭିଡ-୧୯ଆଇନ ଅନୁଯାୟୀ ଗୁଣାତ୍ମକ ଶିକ୍ଷା ସମ୍ପର୍କିତ ଆଲେଚନା ଚକ୍ର ଓ ବନ୍ଧୁ ମିଳନ ପର୍ବ ଅନୁଷ୍ଠିତ ହୋଇଥିଲା । କୃଷ୍ଣପ୍ରସାଦ ବ୍ଳକର ଏବିଇଓ ସିଦ୍ଦେଶ୍ୱର କରଣ ଏଥିରେ ଅଧ୍ୟକ୍ଷତା କରିଥିଲେ । ଶିକ୍ଷକ ହାଡିବନ୍ଧୁ ମଙ୍ଗରାଜ ବନ୍ଧୁ ମିଳନରେ ସଂଯୋଜନା କରିଥିଲେ । ସିଟି ସ୍କୁଲର ଦିବଂଗତ ଶିକ୍ଷକ ମାନଙ୍କ ପାଇଁ ଦୁଇ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା  ତା ସହିତ ସହପାଠୀ ଦିବଂଗତ ପୂର୍ଣ୍ଣଚନ୍ଦ୍ର ସେଠୀଙ୍କ ସ୍ମୃତି ଚାରଣ କରାଯାଇଥିଲା । ଉପସ୍ଥିତ ଶିକ୍ଷକ ଶିକ୍ଷୟତ୍ରୀ ମାନେ ଗୁଣାତ୍ମାକ ଶିକ୍ଷାର ବିକାଶ କରିବା ପାଇଁ ସ୍ୱ ଇଛାରେ ଆଗେଇ ଆସିଲେ ସମାଜର ମଙ୍ଗଳ ହେବା ସହ ଶିକ୍ଷକ ଜାତିର ଆଦର୍ଶ ରହି ପାରିବ ବୋଲି ଉପସ୍ଥିତ ଥିବା ଶିକ୍ଷକ ଶିକ୍ଷୟତ୍ରୀ ମାନେ ନିଜସ୍ୱ ମତ ପ୍ରକାଶ କରିଥିଲେ । ଛାଟୋଇ ମୋତିଲାଲ ରାୟ, ପିତାମ୍ବର ସେଠୀ, କବିତା ପଟ୍ଟନାୟକ, ମମତା ପ୍ରଧାନ, ପୁଷ୍ପିତା ରଣସିଂହ, ଜଳନ୍ଧର ବେହେରା, ଗୌରାଙ୍ଗ ମହାପାତ୍ର, ନିରୋଜ ସେଠୀ, ଭରତ ସେଠୀଙ୍କ ସହ ୪୮ ଜଣ ଶିକ୍ଷକ ଶିକ୍ଷୟତ୍ରୀ ଯୋଗଦେଇ ସେହି ସିଟି ସ୍କୁଲର ପୁରୁଣା କଥାକୁ ମନେ ପକାଇଥିଲେ  ।

 ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି, ୨୩/୩/୨୨୧----୧୨,୦୦

ads

Blog Archive

Popular Posts