ads

Breaking News

ଶିଳପୁଆ ମୁଣ୍ଡିଆ ରୁ ମୋରମ ଉଠାକୁ ନେଇ ଗ୍ରାମ ବାସୀଙ୍କ ବିରୋଧ : ଜଟଣୀ ବିଧାୟକ ଶ୍ରୀ ରାଉତରାୟ ଆନ୍ଦୋଳନ ରେ ସାମିଲ ହେଲେ


ଜଟଣୀ --ଖୋର୍ଦ୍ଧା ଜିଲ୍ଲା ଜଟଣୀ ବ୍ଲକ ଅନ୍ତର୍ଗତ କନ୍ତିଆ ପଞ୍ଚାୟତରେ ଥିବା ସିଳପୁଆ ମୁଣ୍ଡିଆରୁ ଏୟାର ପୋର୍ଟ ପାଇଁ ଆବଶ୍ୟକ ଥିବା ମାଟି ମାରୋମ ନେବାକୁ ଜିଲ୍ଲା ପ୍ରଶାସନ ସ୍ଥିର କରିଛି । କିନ୍ତୁ ଗ୍ରାମ ବାସୀ ଏହାକୁ କରିଛନ୍ତି ବିରୋଧ।  ୪ ବର୍ଷ ହେଲା ଲାଗି ରହିଥିବା ଜଗନ୍ନାଥ ଜମି ସମସ୍ୟା ସମାଧାନ ନ ହେବା ପର୍ଯ୍ୟନ୍ତ ଗୋଡିଟିଏ ବି ଉଠାଇ ଦେବେନାହିଁ ବୋଲି କହିଛନ୍ତି ଗ୍ରାମ ବାସୀ। ସୁଚନା ଯୋଗ୍ୟ ଯେ ଆଜି ସକାଳୁ ପ୍ରଶାସନ ପକ୍ଷରୁ ମୋରମ୍ ଖୋଲିବା ପାଇଁ ଜେସିବି, ହାଇୱା ପହଞ୍ଚିଥିଲା। ଗ୍ରାମବାସୀ ଏକାଠି ହୋଇ ଏହାକୁ ବିରୋଧ କରିବା ସହିତ ଗାଡି ଆଗରେ ବସି ରହିଥିଲେ।  ଖବର ପାଇ ଜଟଣୀ ପୋଲିସ ପ୍ରଶାସନ ପକ୍ଷରୁ ଦୁଇ ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଥିଲା।  ଅନ୍ୟ ପକ୍ଷେ  ଜଟଣୀ ବିଧାୟକ ସୁରେଶ୍ କୁମାର ରାଉତରାୟ, ବିଜେପି ବିଧାୟକ ପାର୍ଥୀ ବିଶ୍ବରଂଜନ ବଡ଼ଜେନା ପହଞ୍ଚି ଗ୍ରାମ ବାସି ଙ୍କୁ ସମର୍ଥନ ଜଣାଇ ସେଠାରେ ବସିଥିଲେ। କନ୍ତିଆ ମୌଜାର ଶିଳ ପୁଆ ପାହାଡ଼ରୁ ତିନି ହଜାର ଟ୍ରିପ୍ ମାଟି ମୋରମ୍ ର ଆବଶ୍ୟକ ରହିଛି ଏୟାର ପୋର୍ଟ ପାଇଁ । ଏଥି ପାଇଁ ଶ୍ରୀମନ୍ଦିର ପ୍ରଶାସନ ସହିତ ଦୁଇ ମାସ ପାଇଁ ଚୁକ୍ତି କରିଛି ଜିଲ୍ଲା ପ୍ରଶାସନ। ଦୁଇ ମାସ ଭିତରେ ଏୟାର ପୋର୍ଟ ପାଇଁ ସଂପୂର୍ଣ୍ଣ ମାଟି ଉଠାଯିବା ପାଇଁ ସ୍ଥିର କରାଯାଇଥିଲା ।ଏହାକୁ ବିରୋଧ କରାଯାଇ ଥିଲା । ବିଧାୟକ ଶ୍ରୀ ରାଉତରାୟ ଜିଲ୍ଲାପାଳ ଙ୍କ ସହିତ ଫୋନ୍ ଯୋଗେ ଆଲୋଚନା କରିବା ପରେ ସେଠାରୁ ପୋଲିସ ଫୋର୍ସ, ଜେଶିବି, ହାଇୱା ଫେରି ଯାଇଥିଲା । ଗ୍ରାମବାସୀ ଙ୍କ ଜିଦ୍ ଆଗରେ ହାର ମାନିଲା ପ୍ରଶାସନ। ଦେଖା ଯାଉ ଆଗାମୀ ଦିନରେ ଜିଲ୍ଲା ପ୍ରଶାସନ କି ପଦକ୍ଷପ ନେଉଛି ତାହା ଦେଖିବାକୁ ବାକି ରହିଲା ।

ଜଟଣୀ -ରଙ୍ଗନାଥ ବେହେରାଙ୍କ ରିପୋର୍ଟ,୧୮/୩/୨୦୨୧----୩,୨୦

ads

Blog Archive

Popular Posts