ads

Breaking News

ମିଳିଲାନି ମହାପ୍ରୟାଣ ଗାଡି ,ବାଇକ ରେ ବୁହା ହେଲା ଶବ



-ଭଞ୍ଜନଗର-ଗଞ୍ଜାମ ଜିଲ୍ଲା ଜଗନ୍ନାଥ ପ୍ରସାଦ ଠାରେ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି।ଶବକୁ ମହାପ୍ରୟାଣ ଗାଡି ନ ମିଳିବାରୁ ବାଇକରେ ବସାଇ ଘରକୁ ନେଲେ ପରିବାର ଲୋକେ।ଆଜି ସକାଳୁ ଜିରାବାଡ଼ି ଗ୍ରାମର ନୀଳ ମାଧବ ପ୍ରଧାନ ଚାହା ପିଇବା ପାଇଁ ବଜାରକୁ ଆସିଥିଲେ । ହଟାତ ଛାତିରେ ଯନ୍ତ୍ରଣା ହେବାରୁ ତଳେ ପଡି ଯାଇଥିଲେ।ସ୍ଥାନୀୟ ଲୋକେ ଉଦ୍ଧାର କରି ମେଡିକାଲ ରେ ଭର୍ତି କରିଥିଲେ।ହେଲେ ଡାକ୍ତର ମେଡିକାଲ ରେ ମୃତ୍ୟୁ ଘୋଷଣା କରିଥିଲେ।ପରିବାର ଲୋକେ ମହାପ୍ରୟାଣ ଗାଡିରେ ଶବ ନବାକୁ ଡାକ୍ତର ଙ୍କୁ କହିଥିଲେ।କିନ୍ତୁ ଡାକ୍ତର ମହାପ୍ରୟାଣ ଗାଡି ର ସୁବିଧା ନଥିବା କହିଥିଲେ। ମୃତକ ଙ୍କ ସମ୍ପର୍କୀୟ ଘରୋଇ ଆମ୍ବୁଲାନ୍ସ,ଅଟୋ କୁ ଯୋଗା ଯୋଗ କରିଥିଲେ।କିନ୍ତୁ ଶବ ନବା ପାଇଁ ଗାଡି ନମିଳିବାରୁ ବାଧ୍ୟହୋଇ ବାଇକ ରେ ବସାଇ ଘରକୁ ଆଣିଥିଲେ ସମ୍ପର୍କୀୟ। 
ବ୍ରହ୍ମପୁର ରୁ ଅଶେଷ କୁମାର ପାତ୍ରଙ୍କ ରିପୋର୍ଟ ,୧୯/୧/୨୦୨୧------୭,୩୦

ads

Blog Archive

Popular Posts