ads

Breaking News

-ଖରସ୍ରୋତା ନଦୀରେ କୁମ୍ଭୀର ଆତଙ୍କ

 

 ଯାଜପୁର  ----- ଖରସ୍ରୋତା ନଦୀରେ କୁମ୍ଭୀର ଆତଙ୍କ ।ସୂଚନା ଅନୁଯାୟୀ ଯାଜପୁର ବ୍ଲକ ସୀମିଲିଆ ପଞ୍ଚାୟତ ନଖେଇପୂର୍ ଠାରେ ଦେଖିବାକୁ ମିଳିଥିଲା ।ନଦି କୂଳେ କୁମ୍ଭୀର ଟି ସୋଇଥିବା ଅବସ୍ଥାରେ ଦେଖି ସ୍ଥାନୀୟ ଲୋକେ ଭୟ ବିତ ହୋଇପଡିଛିନ୍ତି ।ଅନ୍ୟପଟେ ଚାଷ ଉପରେ ନିର୍ଭର କରିଥିବା ଚାଷୀ ମାନେ କୁମ୍ଭୀର କୁ ଦେଖି ଭୟ ବିତ ଥିବା ବେଳେ କୁମ୍ଭୀର ଟିକୁ ଅନ୍ୟ ସ୍ଥାନକୁ ସ୍ଥାନାନ୍ତରିତ କାରାଯାଉ ବୋଲି ଦାବି କରିଛନ୍ତି ।ସେପଟରେ ବନବିଭାଗ ଘଟଣା ଜାଗାକୁ ଆସି କୁମ୍ଭୀର କୁ ଗୋଡାଇ ଦେଇଥିବାରୁ ଲୋକଙ୍କ ମଧ୍ୟ ରେ ଅସନ୍ତୋଷ ଦେଖାଦେଇଛି ।ଯଦି ଆଗାମୀ ଦିନରେ କାହାରି କିଛି କ୍ଷତି ଘଟେ ସେଥିପାଇଁ ଦାଇ କିଏ ରହିବ ବୋଲି ପ୍ରଶ୍ନ କରିଛନ୍ତି ଗ୍ରାମବାସୀ ।ଏ ଘଟଣା ଆଜିର ନୁହେଁ ବହୁବାର କୁମ୍ଭୀର ଦେଖି ଆସୁଥିବା ବେଳେ ଆଜି ପୁଣି କୁମ୍ଭୀର କୁ ଦେଖି ଲୋକେ ଆତଙ୍କିତ ।ତେବେ କୁମ୍ଭୀର ଟିକୁ ଖୁବ ଶୀଘ୍ର ଧରି ସେଠାରୁ ଅନ୍ୟ ସ୍ଥାନକୁ ନିଆଯାଉ ବୋଲି ଦାବି କରିଛନ୍ତି ଗ୍ରାମବାସୀ ।
 ଯାଜପୁର ରୁ ଶିବ କେତନ ମହାନ୍ତିଙ୍କ ରିପୋର୍ଟ, ୧୯/୧/୨୦୨୧-----୭,୪୦

ads

Blog Archive

Popular Posts