ସତ୍ୟବାଦୀରେ ନିର୍ମିତ ଓଡିଶା ଆଦର୍ଶ ବିଦ୍ୟାଳୟ ପରିଦର୍ଶନ କଲେ ପଦାଧିକାରୀ; ଦୁଇ ଗୋଟି କ୍ଳାସରୁମକୁ ଗୋଟିଏ କ୍ଳାସରୁମ କରିବା ପାଇଁ ମତଦେଲେ ,
ସାକ୍ଷୀଗୋପାଳ ------- ପୁରୀ ଜିଲ୍ଲା ସତ୍ୟବାଦୀ ବ୍ଳକର ପଟ୍ଟନାୟକିଆ ସ୍ଥିତ ସଦାନନ୍ଦପୁର ମୌଜାରେ ଓଡିଶା ଆଦର୍ଶ ବିଦ୍ୟାଳୟ ୧୦ ଏକର ଜମିର କିଛି ଅଂଶରେ ନିର୍ମାଣ ହୋଇଛି । ରାଜ୍ୟ ସରକାର ଏଥିପାଇଁ ୩କୋଟି ୭ ଲକ୍ଷ ୫୯ ହଜାର ଟଙ୍କା ବ୍ୟୟରେ ଓଡିଶା ଆଦର୍ଶ ବିଦ୍ୟାଳୟ ନିର୍ମାଣ କରାଯାଇଛି । ସେ ସମୟରେ ଦିଆଯାଇଥିବା ପ୍ଳାନ ଭୁଲ ରହିଛି ବୋଲି ବୁଧବାର ପରିଦର୍ଶନରେ ଆସିଥିବା ଅଧିକାରୀ ମତ ପ୍ରକାଶ କରିଥିଲେ । ନିର୍ମାଣ କରାଯାଇଥବା କ୍ଳାସ ରୁମ ଗୁଡିକ ବହୁତ ଛୋଟ । ଦୁଇଟି କ୍ଳାସରୁମକୁ ଗୋଟିଏ କରିବା ପାଇଁ ଅଧିକାରୀ ମାନେ ମତ ପ୍ରକାଶ କରିଥିଲେ । ସୁଚନାଯୋଗ୍ୟ ଯେ ଏ ସମ୍ପର୍କରେ ରାଜ୍ୟ ସରକାରଙ୍କୁ ପରିଦର୍ଶନରେ ଆସିଥିବା ଓଡିଶା ଆଦର୍ଶ ବିଦ୍ୟାଳୟର ସଂଗଠନର ଅଧିକାରୀ ମାନେ ଜଣାଇବେ ବୋଲି କହିଥିଲେ । କ୍ଳାସରୁମ , ଅ‘ିସରୁମ ଓ କମନରୁମ, ଲ୍ୟାବ ଘର ସହିତ ୩୬ ଗୋଟି ରୁମ କରାଯାଇଛି । ୨୦୧୬-୧୭ ବର୍ଷରୁ ଆରମ୍ଭ ହୋଇ ୨୦୨୦ରେ ଶେଷ ହୋଇଛି । ମାତ୍ର ଉକ୍ତ ବିଦ୍ୟାଳୟକୁ ଯିବା ପାଇଁ ରାସ୍ତାନାହିଁ, ବିଶୁଦ୍ଦ ପାନୀୟଜଳ, ବିଦ୍ୟୁତକରଣ, ପିଲାଙ୍କ ପାଇଁ ଟେବୁଲ, ବେଞ୍ଚ, ଲାଇବ୍ରେରୀ, ବିଜ୍ଞାନଗାର, ଛାତ୍ର ଛାତ୍ର ମାନଙ୍କ ପାଇଁ ପରିଶ୍ରାଗାର, ପାଚେରୀ ଓ କିଚେନ ଘର ନ ଥିବା ଓଡିଶା ଆଦର୍ଶ ବିଦ୍ୟାଳୟ ପରିଦର୍ଶନରେ ଆସିଥିବା ଅଧିକାରୀ ମାନେ ଦେଖିଥଲେ । ବିଦ୍ୟାଳୟରେ ଶୌଚାଳୟ ଥିଲେ ମଧ୍ୟ ତାହା ସଠିକ ଭାବେ କରାଯାଇନାହିଁ । ସବୁଠାରୁ ବଡ କଥା ଏହି ଘର ଯେଉଁ ପ୍ଳାନରେ କରାଯାଇଛି ତାହା ଠିକ ନାହିଁ ବୋଲି ଓଡିଶା ଆଦର୍ଶ ବିଦ୍ୟାଳୟର ସଂଗଠନ ଡ. ବିଜୟ କୁମାର ସାହୁ କହିଛନ୍ତି । ଅନ୍ୟ ମାନଙ୍କ ମ୍ମରେ ଓଡିଶା ଆଦର୍ଶ ବିଦ୍ୟାଳୟର ଡାଇରେକ୍ଟର ଲିଙ୍ଗରାଜ ପଣ୍ଡା ଆଇ. ଏ . ଏସ , ଓଏସଡି- ଟୁ ଆଡଭାଇଜର ଅମୀୟ କୁମାର ରାଉତ, ଓଡିଶା ଆଦର୍ଶ ବିଦ୍ୟାଳୟର ସଂଗଠନ ( ଓଏସଡି) ଏକାଜେମୀର ରାଧାମୋହନ ପଣ୍ଡା, ଓଡିଶା ଆଦର୍ଶ ବିଦ୍ୟାଳୟର ସହକାରୀ ଯନ୍ତ୍ରୀ ଜନ୍ମଞ୍ଜୟ ଦାଶ, ଜିଲ୍ଲା ଶିକ୍ଷା ଅଧିକାରୀ ନିରଞ୍ଜନ ସାହୁ, ସତ୍ୟବାଦୀ ବ୍ଳକ ଶିକ୍ଷା ଅଧିକାରୀ ଯତୀନ୍ଦ୍ର କୁମାର ନାୟକ , ପୂର୍ତ୍ତ ବିଭାଗର ଏସଡିଓ ଅକ୍ଷୟ କୁମାର ମହାନ୍ତି, କନିଷ୍ଠଯନ୍ତ୍ରୀ ମନୋଜ କୁମାର ନାୟକ ପ୍ରମୁଖ ଉପସ୍ଥିତ ରହିଥିଲେ । ପରେ ପରେ ସତ୍ୟବାଦୀ ହାଇସ୍କୁଲ ପରିସରରେ ଚାଲିଥିବା ଓଡିଶା ଆଦର୍ଶ ବିଦ୍ୟାଳୟର ଅ୍ମକ୍ଷା ରିଙ୍କୁ ଦଳେଇଙ୍କ ସହିତ ଅନ୍ୟ ୪ଜଣ ଶିକ୍ଷକ ଶିକ୍ଷୟତ୍ରୀଙ୍କ ସହିତ ବିଭିନ୍ନ ବିସୟରେ ଆଲେଚନା କରିଥିଲେ । ସତ୍ୟବାଦୀ ହାଇସ୍କୁଲର ପ୍ରଧାନ ଶିକ୍ଷୟତ୍ରୀ ଭବମ ପ୍ରଧାନଙ୍କ ସହିତ ଅନ୍ୟ ଶିକ୍ଷକ ଶିକ୍ଷୟତ୍ରୀ ମାନେ ଅଧିକାରୀ ମାନଙ୍କୁ ସ୍ୱାଗତ କରିଥିଲେ । ନୂତନ ଶିକ୍ଷା ବର୍ଷରେ ନୂତନ ନିର୍ମାଣ ଘରେ କୋଠାଘରେ ଓଡିଶା ଆଦର୍ଶ ବିଦ୍ୟାଳୟ କାର୍ଯ୍ୟ କରିବ ବୋଲି ଡ. ଶ୍ରୀ ସାହୁ ଆଶା ପ୍ରକାଶ କହିଛନ୍ତି ।
କ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୧୩/୧/୨୦୨୧----- ୯---୨୦




