ads

Breaking News

ଜଟଣୀ ଭାଜପାର ବନ୍ଧୁମିଳନ ଓ ସମ୍ବର୍ଦ୍ଧନା ଉତ୍ସବ


 ଜଟଣୀ------ ଜଟଣୀ ଭାଜପା ପକ୍ଷରୁ ବୁଧବାର ଜିଲା ଓ ନଗରସ୍ତରୀୟ ବନ୍ଧୁମିଳନ ଏବଂ ସମ୍ବର୍ଦ୍ଧନା ଉତ୍ସବ ସ୍ଥାନୀୟ ବାରଭାଇ ଖଣ୍ଡୁଆଳ ମନ୍ଦିର ପ୍ରାଙ୍ଗଣରେ ଆୟୋଜିତ ହୋଇଯାଇଛି । ଜଟଣୀ ନଗର ମଣ୍ଡଳ ସଭାପତି ତିରୁପତି ଶତପଥୀଙ୍କ ସଭାପତିତ୍ୱରେ ଏହି ସଭାର ଆୟୋଜନ ହୋଇଥିଲା ।  କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ଜଟଣୀ ନଗର ପ୍ରଭାରୀ ବିଜୟ କୁମାର ସ୍ୱାଇଁ । ଏହି ଅବସରରେ ମଞ୍ଚାସୀନ ସମସ୍ତ ଅତିଥୀ ମାନଙ୍କୁ  ଉପସ୍ଥିତ ଭାଜପା କର୍ମିମାନେ ଉତରୀୟ ଓ ପୁଷ୍ପଗୁଛ୍ ଦେଇ ସମ୍ବର୍ଦ୍ଧନା କରିଥିଲେ । ଏହି କାର୍ଯ୍ୟକ୍ରମରେ ଖୋର୍ଦ୍ଧା ଜିଲା ସଭାପତି ରଶ୍ମୀରଂଜନ ମହାପାତ୍ର, ଉପସଭାପତି ରୋଜିନାରୟାଣୀ ଦାଶ,ବିଧାୟକ ପ୍ରାର୍ଥୀ ବିଶ୍ୱରଂଜନ ବଡଜେନା, ରାଜ୍ୟ କାର୍ଯ୍ୟକାରିଣୀ  ସଦସ୍ୟ ନିକୁଞ୍ଜ କିଶୋର ପଟ୍ଟନାୟକ, ଜିଲା ସମ୍ପାଦକ ଶକ୍ତି ମିଶ୍ର, ଚନ୍ଦକା ମଣ୍ଡଳ ପ୍ରଭାରୀ ତଥା ଜିଲା କାର୍ଯ୍ୟକାରିଣୀ ସଦସ୍ୟ ମନୋରଂଜନ ମାର୍ଥା, ପୁର୍ବତନ ମଣ୍ଡଳ ସଭାପତି ନିରଞ୍ଜନ ପଣ୍ଡା, ଜିଲା ମହିଳାମୋର୍ଚ୍ଚା ସଭାନେତ୍ରୀ ପ୍ରବୀଣା ଭଜଂଦେଓ, ସାଂସଦ ପ୍ରତିନିଧୀ ପଦ୍ମଚରଣ ପ୍ରଧାନ, ଭୂଆସୁଣୀ ମଣ୍ଡଳ ସଭାପତି ଭିଷ୍ମ ଜେନା,ସାଧାରଣ ସମ୍ପାଦକ ପ୍ରତାପ ଚନ୍ଦ୍ର ମହାପାତ୍ର, ପୁର୍ବତନ କାଉନସିଲର ଭାଜପାକର୍ମି ପ୍ରତାପ ବରାଳ ପ୍ରମୁଖଙ୍କ ସହିତ ସମସ୍ତ କର୍ମକର୍ତା ଯୋଗଦେଇଥିଲେ । 

ଜଟଣୀରୁୂ ରଙ୍ଗନାଥ ବେହେରା, ୧୩/୧/୨୦୨୧----- ୯,୨୫


ads

Blog Archive